STORYMIRROR

Puja Pradhan

Tragedy Fantasy Inspirational

3  

Puja Pradhan

Tragedy Fantasy Inspirational

ନୂତନ ବର୍ଷ

ନୂତନ ବର୍ଷ

1 min
203

ନୂତନ ବର୍ଷ କହୁଛି ମୁଁ

   ମୋପାଇଁ ଅନେକ ଆଡ଼ମ୍ବର

କେତେ ଉତ୍ସାହ ସଭିଙ୍କ ମନରେ

   ମୁଁ ଆସିବି ବୋଲି

ଦେଖୁ ଦେଖୁ ମୁଁ ଆସି ଚାଲିଯାଏ

  କେହି ମୋତେ ବାନ୍ଧି ପାରେନା

ମୁଁ ଚାଲିଯାଏ ଅନେକ ଦୂରକୁ

  ନା ଫେରେ ନା ମୋତେ

କେ ବାନ୍ଧି ପାରେ ଚାଲିଯାଏ ବୋହୁ ଦୂର

  ରୋକି ପାରେନା କେ ମୋତେ

ଦିନ, ମାସ, ବର୍ଷ ଭାବରେ

  ଆରମ୍ଭ ଓ ମୋର ଶେଷ ହୁଏ

କେତେ ରାଗ ରୁଷା ଅଭିମାନ

 କିଛି ପାଇବା କିଛି ହରାଇବାର

ଚେଷ୍ଟା ସଭିଙ୍କ ଭିତରେ ଲାଗିଥାଏ

  କିଏ ହସେ କିଏ କାନ୍ଦୁଥାଏ

ହେଲେ ମୁଁ ଚାଲିଯାଏ ଅନେକ ଦୂରକୁ

  କାନ୍ତରେ ଝୁଲୁଥାଏ ପୁରୁଣା କ୍ୟାଲେଣ୍ଡର ଭାବେ

ଜାଣି ହୁଏନି ମୋ ଜାଗାରେ

  ନୂତନ ବର୍ଷ ଆସି ଯାଇଥାଏ

ଲୋକେ କରନ୍ତି ସ୍ୱାଗତ ଖୁବ

   ଧୂମଧାମ ଓ ନାଚ ଗୀତରେ

ଉତ୍ସାହ ମୁଖ ହୋଇଯାଏ ସବୁ

 ଜାଣିହୁଏ ନାହିଁ କେବେ ବିତି 

  ଚାଲିଯାଏ ବର୍ଷ ଓ ଆସିଥାଏ

 ଅନେକ ଖୁସି ନେଇ ନୂତନ ବର୍ଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy