STORYMIRROR

Puja Pradhan

Fantasy Inspirational

4  

Puja Pradhan

Fantasy Inspirational

ମହାପ୍ରଭୁ

ମହାପ୍ରଭୁ

1 min
26

    


ଅଗତିର ନାଥ ଆହେ ଜଗନ୍ନାଥ

  କୃପାକର ଥରେ ମୋତେ

ତୁମେ ଦୟା କଲେ କୋଟି ଜନ୍ମର

   ପାପ ଦୂର ହୋଇଯିବ ପ୍ରଭୁ ସତେ

ଆହେ ମାୟାଧର ମୋ କଳା ଠାକୁର 

   ତୁମଭଳି ନୁହେଁ କେହି

ସବୁରଚି ତୁମେ ମଉନେ ରହିଛ

  ଆହେ ପ୍ରଭୁ ଭାବଗ୍ରାହୀ

ସବୁଏଠି ମିଛ ସବୁରି ମନରେ

 ଲୋଭ ମାୟା ଘର କରିଛି

ନିଜେକରି ଦୋଷ କାହିଁକି ମଣିଷ

  ସାଧୁର ପୋଷାକ ପିନ୍ଧିଛି

ଧର୍ମକୁ କରିଛି ନିଜର ବେପାର

 ଅଧର୍ମ ବାଟରେ ଥାଇ

ପାହିବ ଏ ରାତି ଆସିବ ସକାଳ

  ଏକଥା ସେ ଜାଣେ ନାହିଁ

ଜୀବନ ଯେ କେତେ ସତ କି

 କେତେ ମିଛ ତୁମେ ଦିଅ ବତାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy