ବୋହୁରୁପି
ବୋହୁରୁପି
ନୂତନ ଢଙ୍ଗରେ ସଭିଏଁ ଏଠି
କରୁଛନ୍ତି ମାଣଓସା
ଦେଖଣା ହାରିଙ୍କ ସ୍ଵଭାଵ ଭଳି
ଭକ୍ତି ଚାଲେ କିଣା ବିକା
ଘରେ ଘରେ ଲକ୍ଷ୍ମୀ ଶୋଇ ରହିଛନ୍ତି
ଦେଖା କେବେ ମିଳେ ନାହିଁ
ମାଗୁଶୁର ଆସିଲେ ଗୁରୁବାର ଦିନ
ସଭିଏଁ ଏକାଠି ଯାନ୍ତି ସଜାଗ ହୋଇ
ଧଳାନାଲି ରଙ୍ଗ ଶାଢୀକୁ ଗୁଡ଼ାଇ
ପଟା ଅଳିତାକୁ ପାଦରେ ନାଇ
ହଳଦୀକୁ ମାଖି ଦେହରେ
ହୋଇଯାଆନ୍ତି ଦେବୀ ହଳଦୀ ମୁହିଁ
କଜଳ କଳାକୁ ଆଖିରେ ଧାରଣ କରି
କଟାକ୍ଷିଅ ଦୃଷ୍ଟିରେ ଚାହାଣି ତାଙ୍କର
ଦେବେକି ସତରେ ଗୋଟା ଗିଳି
ଅଧର ତାଙ୍କର ନାଲି ଜରଜର
ହାତରେ ମୁଠାଏ ନାଲିଆ ଚୁଡ଼ି
ମଥାରେ ସିନ୍ଦୁର ନାଲି ଝକମକ
ଲାଗୁଛି ଯେମିତି ଆସିଲେ
ସରଗୁ ଓହ୍ଲାଇ ଧରା ପୃଷ୍ଟ କୁ ଆଜି
ସ୍ୱଚ୍ଛ ମନରେ ଆସିଲେ ମାଁ କମଳିନୀ
ଜୀବଜନ୍ତୁ ପାଇଁ ମନରେ ତାଙ୍କର
ନାହିଁ ସ୍ନେହ ମମତା ନାହିଁ ଆପଣା ପଣ
ଆଇଁସ ବିନା କରିପାରନ୍ତିନି
ଆହାର ଗ୍ରହଣ
କିଛି ଭଲ ଲାଗେନାହିଁ ପାଟିର ସ୍ୱାଦ
କେଜାଣି କେଉଁଠି ହଜି ଯାଇଛି
ମାଛ ବେସରରେ ମନଟି ଅଟକି ରହିଛି
ଟାଉକା ବିଲେଇ ଭଳି
ସବୁ ଚାଟିଚୁଟି ସଫା କରନ୍ତି
ଦୁଆର କେବେବି ସଫା କରିବାକୁ
କୁଣ୍ଠାବୋଧ ଭାବୁଥାନ୍ତି
ଗୁରୁବାର ହେଲେ ଗୋବରରେ ଲିପି
ଚାଉଳ କୁ ବାଟି ଚିତା ଦିଅନ୍ତି
କାହିଁକି ଏମିତି ଦେଖଣା ଭକ୍ତି
ଦେଖାଇ ହୁଅନ୍ତି କାହିଁକି ସତେ
ମାଁ ଙ୍କ ପୁରାଣ ବସି ପଢିବାକୁ
ସମୟ ନଥାଏ ତାଙ୍କ ପାଖରେ
ହେଲେ ଉଚ୍ଚ ସ୍ଵରେ ପୁରାଣ ଗୀତକୁ ଲଗାନ୍ତି
ସକାଳରୁ ସଞ୍ଜ ଘରେ ଘରେ
ଏମିତି କାହିଁକି ନାରୀ ଙ୍କ ଜୀବନ
ବୋହୁରୁପି ଭଳି ବଦଳି ଯାଏ
ନିଜକୁ ନ ଦେଖି ସଭିଙ୍କ ପଛରେ
ମନ ଧାଇଁ ଚାଲିଥାଏ
କର କୃପାବାରେ ଦୟାକର ମାଁ କମଳିନୀ
କ୍ଷମାଦିଅ ମାଁ ବିଶ୍ୱ ଜନନୀ ।