STORYMIRROR

Puja Pradhan

Comedy Inspirational Others

3  

Puja Pradhan

Comedy Inspirational Others

ବୋହୁରୁପି

ବୋହୁରୁପି

1 min
170

ନୂତନ ଢଙ୍ଗରେ ସଭିଏଁ ଏଠି

  କରୁଛନ୍ତି ମାଣଓସା

ଦେଖଣା ହାରିଙ୍କ ସ୍ଵଭାଵ ଭଳି

  ଭକ୍ତି ଚାଲେ କିଣା ବିକା

 ଘରେ ଘରେ ଲକ୍ଷ୍ମୀ ଶୋଇ ରହିଛନ୍ତି

   ଦେଖା କେବେ ମିଳେ ନାହିଁ

  ମାଗୁଶୁର ଆସିଲେ ଗୁରୁବାର ଦିନ

   ସଭିଏଁ ଏକାଠି ଯାନ୍ତି ସଜାଗ ହୋଇ

 ଧଳାନାଲି ରଙ୍ଗ ଶାଢୀକୁ ଗୁଡ଼ାଇ

  ପଟା ଅଳିତାକୁ ପାଦରେ ନାଇ

ହଳଦୀକୁ ମାଖି ଦେହରେ

  ହୋଇଯାଆନ୍ତି ଦେବୀ ହଳଦୀ ମୁହିଁ

କଜଳ କଳାକୁ ଆଖିରେ ଧାରଣ କରି

  କଟାକ୍ଷିଅ ଦୃଷ୍ଟିରେ ଚାହାଣି ତାଙ୍କର

 ଦେବେକି ସତରେ ଗୋଟା ଗିଳି

  ଅଧର ତାଙ୍କର ନାଲି ଜରଜର

 ହାତରେ ମୁଠାଏ ନାଲିଆ ଚୁଡ଼ି

  ମଥାରେ ସିନ୍ଦୁର ନାଲି ଝକମକ 

 ଲାଗୁଛି ଯେମିତି ଆସିଲେ

   ସରଗୁ ଓହ୍ଲାଇ ଧରା ପୃଷ୍ଟ କୁ ଆଜି

  ସ୍ୱଚ୍ଛ ମନରେ ଆସିଲେ ମାଁ କମଳିନୀ 

   ଜୀବଜନ୍ତୁ ପାଇଁ ମନରେ ତାଙ୍କର

   ନାହିଁ ସ୍ନେହ ମମତା ନାହିଁ ଆପଣା ପଣ

  ଆଇଁସ ବିନା କରିପାରନ୍ତିନି

    ଆହାର ଗ୍ରହଣ

   କିଛି ଭଲ ଲାଗେନାହିଁ ପାଟିର ସ୍ୱାଦ

    କେଜାଣି କେଉଁଠି ହଜି ଯାଇଛି

   ମାଛ ବେସରରେ ମନଟି ଅଟକି ରହିଛି

     ଟାଉକା ବିଲେଇ ଭଳି

   ସବୁ ଚାଟିଚୁଟି ସଫା କରନ୍ତି

     ଦୁଆର କେବେବି ସଫା କରିବାକୁ

    କୁଣ୍ଠାବୋଧ ଭାବୁଥାନ୍ତି

   ଗୁରୁବାର ହେଲେ ଗୋବରରେ ଲିପି

     ଚାଉଳ କୁ ବାଟି ଚିତା ଦିଅନ୍ତି

   କାହିଁକି ଏମିତି ଦେଖଣା ଭକ୍ତି

    ଦେଖାଇ ହୁଅନ୍ତି କାହିଁକି ସତେ

   ମାଁ ଙ୍କ ପୁରାଣ ବସି ପଢିବାକୁ

    ସମୟ ନଥାଏ ତାଙ୍କ ପାଖରେ

  ହେଲେ ଉଚ୍ଚ ସ୍ଵରେ ପୁରାଣ ଗୀତକୁ ଲଗାନ୍ତି

   ସକାଳରୁ ସଞ୍ଜ ଘରେ ଘରେ

  ଏମିତି କାହିଁକି ନାରୀ ଙ୍କ ଜୀବନ

    ବୋହୁରୁପି ଭଳି ବଦଳି ଯାଏ

 ନିଜକୁ ନ ଦେଖି ସଭିଙ୍କ ପଛରେ

   ମନ ଧାଇଁ ଚାଲିଥାଏ

  କର କୃପାବାରେ ଦୟାକର ମାଁ କମଳିନୀ 

    କ୍ଷମାଦିଅ ମାଁ ବିଶ୍ୱ ଜନନୀ ।

    

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy