STORYMIRROR

Puja Pradhan

Tragedy Inspirational Others

3  

Puja Pradhan

Tragedy Inspirational Others

ଦୁଇଧାଡ଼ି ଲେଖା

ଦୁଇଧାଡ଼ି ଲେଖା

1 min
18

ଜୀବନର ଦୁଇଧାଡ଼ି ଲେଖା 
  ପଢି ଆମେ ଅଣ ଦେଖା କରି ଦେଉ 
  କେମିତି ସମ୍ପର୍କ ବୋଝ ଭଳିଲାଗେ 
     ସମସ୍ତ ଙ୍କୁ କହିଥାଉ.....
   କରିଥାଉ ଅନେକ ଆଶା ହେଲେ 
    ପ୍ରତି ବଦଳରେ କାହାକୁ କିଛି ନ ଦେଉ 
  ମୋର ମୋର କହି.......
   ଅନେକ ଙ୍କ ଭିତରେ ନିଜ ପାଇଁ କିଛି 
    ସହାନୁଭୂତି ଓ ସ୍ନେହ ଖୋଜି 
    ଚୁପଚାପ ଚାହିଁରହୁ......
ଦୁନିଆ ନିୟମ ସବୁଥାଏ ଜଣା 
   ହେଲେବି ମନ ବୁଝେନି......
 ହାଏରେ ଦଇବ ଭାରି ତୁ ନିଷ୍ଠୁର 
  ମୋପାଇଁ ଏମିତି କଲୁ 
  କେତେ କରିଥିଲି କେତେ ଦେଇ ଆଜି 
    ଟିକେ ସ୍ନେହପାଇଁ..... 
    ଅଲୋଡ଼ା ମୁଁ ହେଲି 
    ସତରେ କହିଲୁ କେମିତି...
   ନିୟମ ସବୁ ଏଠି ପର 
   ଏତେ ଦିନେ ମୁଁ ଯେ ଶିଖିଲି କେହିଯେ କାହାରି ନୁହେଁ 
   ସବୁରି ମୂଳରେ ଅର୍ଥ ବିନା ସ୍ୱାର୍ଥ ମିଳେନି 
   ସ୍ୱାର୍ଥ ସରିଗଲେ ସଭିଏଁ ଅଲୋଡ଼ା 
     ସବୁଜେ ଭାରି ହେଲାଣି 
     କେହିନାହିଁ ବନ୍ଧୁ ଆପଣାର ଏଠି 
     ସଭିଏଁ ଦୁଇଦିନର କୁଣିଆ 
    ସମୟ ସରିଲେ ଫେରିବାକୁ ହେବ 
   ଆଗ.. ପଛ ହୋଇଯିବା 
   ଈଶ୍ୱର ଙ୍କ ପାଶେ ସଭିଏଁ ସମାନ 
     କି ଉତ୍ତର ତାଙ୍କ ପ୍ରଶ୍ନର ଆମେ ଦେବା 
    ମୋର ମୋର କହୁଥିଲେ ହେଲେ 
    ଏକା ହୋଇ ନିଜ କର୍ମର ଫଳ ଭୋଗିବା 
    ତେବେ କାହିଁକି ସବୁ ଜାଣି.......
  ମିଛ ଦୁନିଆରେ ସ୍ନେହ, ଶ୍ରଦ୍ଧା କାହାରିକୁ ମାଗିବା 
   ଥିବା ଯେତେ ଦିନ ପ୍ରତିବଦଳରେ 
  ସବୁରି ଓଠରେ ଖୁସି ବାଣ୍ଟି ଚାଲିବା 
   ମହତ ଉଦେଶ୍ୟ.. ମଣିଷ ପଣିଆ 
   ସଭିଙ୍କୁ ବୁଝାଇ ନିଜ ବାଟେ ବାହୁଡ଼ିବା 
   ଜୀବନର ଏହି.....
                    ଦୁଇଧାଡ଼ି ଲେଖା ସଭିଙ୍କୁ ଜଣାଇବା 🙏🏻
   
    ପୂଜା ପ୍ରଧାନ 
    ପୁରୀ 
    7854955141
    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy