STORYMIRROR

Puja Pradhan

Tragedy Fantasy Inspirational

4  

Puja Pradhan

Tragedy Fantasy Inspirational

ଭାବର ବନ୍ଧନ

ଭାବର ବନ୍ଧନ

1 min
29

   


ଆହେ ଜଗନ୍ନାଥ ଅତି ସରଧା ରେ

  ରାକ୍ଷୀ ଟିଏ ମୁଁ ଆଣିଛି ତୁମପାଇଁ

ଭାବର ଠାକୁର ବିଶ୍ୱର ମାଲିକ

 ମୋ ଭାବକୁ ବୁଝିବ କି ନାହିଁ

ମାଁ ର ମମତା ବାପାର ସ୍ନେହ

  ମୋ କପାଳେ ପ୍ରଭୁ ନାହିଁ

ଭାଇ, ଭଉଣୀ ଙ୍କ ସ୍ନେହ ଶ୍ରଦ୍ଧା ବୋଲି

  କେବଳ ଶୁଣିଛି ମୁହିଁ

ପରିବାର ବୋଲି କିଛି ନାହିଁ ମୋର

  ଅତି ଅଭାଗିନୀ ମୁହିଁ

ସଭିଏଁ କୁହନ୍ତି ଅନାଥର ନାଥ

 ଆହେ ଜଗନ୍ନାଥ ସବୁ ଠାରେ ତୁମେ ଥାଅ

ଯାହା କୁ ଦୁନିଆ ପର କରିଥାଏ

   ତାକୁ ତୁମେ କୋଳାଇ ନିଅ

ଯଦି ତୁମେ ଅଛ ଏହି କଥା ସତ

   କହୁଛି ଏହି ସଂସାର

ଅନାଥ ଙ୍କ ପାଇଁ ଖୋଲିଛ ହେ ପ୍ରଭୁ

  ଚାରି ଦିଗେ ଚାରି ଦ୍ୱାର

ଛୁଆଁ ଅଛୁଆଁ ର ଭେଦବ କିଛି

   ମନରେ ତୁମର ନାହିଁ

ଭାବ ଡୋର ରେ ବନ୍ଧା ଦାସିଆ ନଡ଼ିଆ

   ଅତି ଆପଣାର ତୁମପାଇଁ

କରମା ଵାଇ ର ଖେଚୁଡ଼ି ମୁଠାକୁ

  ରହି ଥାଅ ତୁମେ ଚାହିଁ

ତୁମ ବାଲ୍ୟ ସଖା ବ୍ରାହ୍ମଣ ସୁଦାମା

   ଖୁଦ ଭଜା କିଛି ଆଣିଥିଲା ତୁମ ପାଇଁ

ଆହେ ବାସୁଦେବ ଅତି ସରଧା ରେ

  ଖୁଦ ଭଜା ଦୁଇ ମୁଠା ତୁମେ ଦେଇ ଥିଲ ଖାଇ

ଭାବରେ ଭକତ ଡାକିଛି ତୁମକୁ

  ଡାକୁଥାଏ ବାରମ୍ବାର

ଜଳରେ ରହି ଡାକିଥିଲା ଗଜ

 ଉଧାର ହେ ନାରାୟଣ

ଧାଇଁଆସି ତୁମେ ରଖିଥିଲ ପ୍ରଭୁ

 କୁମ୍ଭୀର ମୁଖରୁ ଗଜ ପ୍ରାଣ

ତୁମରି ନାମରେ କି ଯାଦୁ କେଜାଣି

    ଜାଣେ ପ୍ରଭୁ ଏକା ସିଏ

କୃଷ୍ଣ, କୃଷ୍ଣ ଜପି ମୀରାବାଇ

  ଗଳି ଗଳି ବୁଲୁଥାଏ

ମାଣିକ ପାଟଣା ଦହି କଥା ପ୍ରଭୁ

 କିଏ ଵା ନ ଜାଣିଛି

  ତା ହାତରୁ ଦହି ତୁମେ ଥିଲ ଖାଇ

    ଭକତ ର ମାନ ରଖିଲ

ଭାବର ଡୋରରେ ଭକତ ଡାକିଲେ

  ତୁମେ ଧାଇଁ ଚାଲିଆସ

ଭକ୍ତ ସାଲବେଗ କହିଥିଲା ବୋଲି

  ରଥ ଚକ ରଖୀ ଦେଲ

ବିଶ୍ୱାସ ର ବଳେ ଭକ୍ତର ମାନ ରଖୀ

 ବାଲି ରଥେ ବିଜେ କଲ

ଯୁଗେ ଯୁଗେ ପ୍ରଭୁ ଭକତ ପ୍ରେମରେ

 ବାନ୍ଧି ହୋଇଛ ବୋଲି ସଭିଙ୍କୁ ଜଣାଇଲ

ମୋ ଛୋଟ ମନରେ ଆଣିଛି ତୁମପାଇଁ

 ରେଶମୀ ଡୋରିରେ ରାକ୍ଷୀ ଟିଏ

ଅତି ଯତନରେ ବାନ୍ଧିବ ବୋଲି

ମନରେ କେତେ ଆଶା ପ୍ରଭୁ ରଖିଥାଏ

ମୋର ଏହି ରାକ୍ଷୀ ତୁମ ଶ୍ରୀ ହସ୍ତରେ

 ଏହି ଭଳି ଶୋଭା ପାଉଥାଉ

ତୁମରି ଆଶିଷ ଜଗତ ବାସୀ ଙ୍କୁ

 ଏହି ପରି ଭାବେ ମିଳୁ ଥାଉ ।


   

  




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy