STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବୋଉର ବ୍ୟଥା

ବୋଉର ବ୍ୟଥା

1 min
77

ଯନ୍ତ୍ରବତ୍ ବଞ୍ଚିଛି ଏଠି 

   ଦେହ ରହୁନି ଭଲ ମୋର

କେମିତି କହିବି ପୁତ୍ରମଣୀ

  ତୋ' ବିନା ଘର ଅନ୍ଧାର ।୧।


ଅଗଣାରେ ଆମ୍ବ ପିଜୁଳି ଫଳେ

   ଆଉ ଲାଗୁନି ମିଠା

କୋଇଲି ଗାଉଛି ଗୀତ ଏଇଠି

  ପ୍ରତ୍ୟୁତ୍ତର ନାହିଁ ଖଟା ।୨।


ଫେରିଯାଏ ଦୁଃଖୀ ମନଟେ ନେଇ

 ବର୍ଷାର ଉଜାଣୀ ସୁଅଟେ

ଯେଉଁଠି ଚାଲୁଥାଏ ତୋ'ର

  ତିଆରି କାଗଜ ଡଙ୍ଗାଟେ |୩|


ତୁ ଯେବେ ପେଟରେ ଥିଲୁ

  ସମସ୍ତେ କହୁଥିଲେ

ଘରକୁ ଛୋଟ ଅତିଥି ଆସିବ

  ଖୁସି ଖୁସି ହସୁଥିଲେ ।୪।


ମୋତେ ଖବର ନ ଥିଲା ସେବେ

   ସୁନାପୁଅ ମୋର ଦେବୁ

ଦୂର ସହରରେ ଚାକିରି କରିବ

  ସତ ସତିକା କୁଣିଆ ବାବୁ ।୫।


ପୁରୁଣା ଫଟୋ ଆଲବମ୍ ଦେଖି

  ତୋ' ପିଲାଦିନ ଦେଖି ନିଏ

ହଷ୍ଟେଲରୁ ଲେଖିଥିବା ତୋ' ଚିଠି

  ଆଉ ଥରେ ପଢ଼ି ପକାଏ ।୬।


ତୁ ଲଗେଇ ଥିବା ଚାରାଗଛରେ 

  ସଞ୍ଜ ସକାଳେ ପାଣି ଦିଏ

ଏକ୍ଵାରିୟମ ନାଲିଆ ମାଛକୁ

 ଖାଦ୍ୟ ପୁଡ଼ିଆ ନେଇ ପକାଏ ।୭।


ଦିନଚର୍ଯ୍ୟା ନିତିଦିନ ଏ ମୋର !

ଜୀବନ ଯାତ୍ରା ଚଳଣି ମୋର !


ମନକୁ ବୁଝେଇବାକୁ ଯାଇ ମୁଁ

 କେତେ ବାହାନା କରିପକାଏ

 ବୋଉ ଡାକେ ଚମକି ଉଠେ ମୁଁ

 ସିରିଏଲ ଭ୍ରମ ଜାଣି ପକାଏ ।୮।


ରାତିରେ ଶୀତ ପଡିଲେ ବେଶି

 କମ୍ବଳ ଘୋଡେଇବାକୁ

ତୋ ଶୋଇବା ଘରକୁ କେତେଥର

  ଯାଇଥାଏ ଫେରିବାକୁ ।୯।


ବର୍ଷକୁ ରଜ ଦଶହରା ବେଳେ

  ଆସୁଥିଲୁ ଦୁଇ ଥର

ଆଙ୍ଗୁଳିରେ ଦିନ ଗଣି ଗଣି

 ଦିନ ଯାଉ ଥିଲା ମୋର ।୧୦।


ତୋ' ମନପସନ୍ଦ ମାଛ ଝୋଳ

  ମାଂସ ତରକାରୀ

ରୋଷେଇ ଘରେ ମଉଜ ବେଶି

  ମହୋତ୍ସବ ସବୁରି ।୧୧।


ବାକି ସମୟରେ ରାନ୍ଧଣା ଘରେ

  ଭାତ ଡାଲି ହୁଏ

ଯିବାକୁ ମନ ଲାଗେନା ଯମା

  ବାସନ ମଜା ସୋହେ ।୧୨।


ତୁ ଲକ୍ଷେ ବାହାନା କରି ଦେ

  ଧରା ପଡ଼ି ଯାଉ

ମୁଁ ବୁଝିପାରେ ତୋ ଛଳନା

 ଫୋନରେ ମାନି ଯାଉ ।୧୩।


ଯିବା ସମୟରେ ପୁଣି ଫେରିଆସୁ

  ଜିନିଷ ଛାଡ଼ିଗଲା କହି

କାଠ ଚୈକିରେ ବସିଥିବା ଜେଜେଙ୍କୁ

  କୁଣ୍ଢେଇ ଧରୁ ସୁକୁସୁକେଇ ।୧୪।


ଆମେ ସମସ୍ତେ ଆଖି ଲୁଚେଇ

  ଏଆଡ଼େ ସେଆଡ଼େ ଦେଖୁ

ଜକେଇ ଆସିଥିବା ଅଶ୍ରୁ ଧାର

  ଛୁପେଇ ନାଟକ ଶିଖୁ ।୧୫।


କେତେ ବେଦନାସିକ୍ତ ମୁହୂର୍ତ୍ତ ଏଠି

 କହି ପାରୁନି ମୋ ଗଳାମାଳି

ମୋ' ଆଶୀର୍ବାଦ କବଚ ହେଉ

 ଉଜ୍ଜଳ ହୃଦଶଙ୍ଖାଳି ।୧୬।


ମୋ' ବର୍ତ୍ତମାନ ଖରାପ ହେଉ

  ସୁସ୍ଥରେ ଥା' ନେତ୍ରମଣୀ

ତୋ' ବିନା ଘର ଅଧା ଲାଗୁ

 ଜଗନ୍ନାଥ ତୋ' ରକ୍ଷାକରଣୀ ।୧୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy