STORYMIRROR

Sagar Kumar Parida

Tragedy

4  

Sagar Kumar Parida

Tragedy

ଗୋମାତା

ଗୋମାତା

1 min
347

ଗୋମାତା ଆଖିରୁ ଝରଇ ଲୁହ

କା ଆଗେ କହିବ ମନର କୋହ ।।


ଘାସ କୁଟା ପାଳ ତୋରାଣୀ ପିଇ

ଦେଉଛି ଅମୃତ କ୍ଷୀରକୁ ସେହି।।


ସେହି କ୍ଷୀର ପିଇ ଆମେ ନିରୋଗ

ଭୁଲିଯାଉ ଗୋମାତାର ତ୍ୟାଗ।।


ନିଜ ପିଲା ତାର କ୍ଷୀରୁ ବଞ୍ଚିତ

ତଥାପି କରେନି ଅଳି ଅଝଟ।।


ଗୋବରରୁ ତାର ଜୈବିକ ସାର

ଗୋବର ଗ୍ୟାସ ହୁଏ ବାହାର।।


ଜୈବିକ ସାରର ପ୍ରୟୋଗେ ଚାଷୀ

ଅମଳ କରଇ ଶସ୍ୟ କ୍ଷେତେଟି।।


ତାହାର ନିଜର ପିଲା ବଳଦ

ହଳ କାମ କରେ ଜୀବନ ଯାକ।।


ଗୋମୂତ୍ର ଗୋବର ବହୁ ପବିତ୍ର

ହିନ୍ଦୁମାନଙ୍କର ଗୋରୁ ସର୍ବସ୍ୱ।।


ଆଜିର ଯୁଗରେ କିଛି ମଣିଷ

ନିଜ ସ୍ୱାର୍ଥ କଥା ଚିନ୍ତା କରି ତ।।


ଗୋମାତାକୁ ନେଇ କଂସେଇ ହାତେ

ବିକ୍ରି କରିଥାନ୍ତି ଟଙ୍କାର ଲୋଭେ।।


ଗୋମାତା ଆମରି ଅତି ନିଜର

ଭୁଲ ନାହିଁ ଉପକାର ତାହାର।।


ସେବା କର ସଦା ଗୋମାତାର

ଉପକାରୀ ପରା ସିଏ ଆମର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy