STORYMIRROR

Sagar Kumar Parida

Abstract Fantasy

4  

Sagar Kumar Parida

Abstract Fantasy

ମୋସୁମୀ ଗୋ ତୁମେ

ମୋସୁମୀ ଗୋ ତୁମେ

1 min
32

ମୌସୁମୀ ଗୋ ତୁମେ ସପନ ରାଇଜ ଅଲିଅଳୀ ରାଜଜେମା

ବରଷକେ ଥରେ ବୁଲି ଆସୁଥାଅ ଆମ ରାଇଜର ସୀମା।।

ପ୍ରଚଣ୍ଡ ରୌଦ୍ରର ଅସହ୍ୟ ଜ୍ୱାଳାରେ ଜୀବକୁଳ ତ୍ରାହି ତ୍ରାହି

ଖୋଜାପଡ ତୁମେ ସଭିଁଙ୍କ ମୁଖରେ ଆଶାର କିରଣ ହୋଇ ।।


ତୁମ ଆଗମନେ ଶୀତଳତା ଖେଳେ ଆମ ଏଇ ଧରାପରେ

ଆମ୍ବ୍ର କୁଞ୍ଜବନେ ଟୋପା ଟୋପା ବର୍ଷା ଧାରା ଅବିରତ ଝରେ।।

ଆକାଶ ବୁକୁରେ ଦିଶେ ଥରେଥରେ ଇନ୍ଦ୍ରଧନୁ ସପ୍ତରଙ୍ଗ

ଶଇଳ ଶିଖରେ କଳା ଧଳା ମେଘ ସଞ୍ଚରେ ଯଥା ମାତଙ୍ଗ ।।


ବନ କ୍ଷେତ ପ୍ରାନ୍ତ ପାହାଡ ପର୍ବତ ମଣ୍ଡିତ ସବୁଜ ରଙ୍ଗେ

ପିକ ଶୁକ ଶାରୀ ଡାହୁକ ଭ୍ରମନ୍ତି ନିଃସର୍ଗ ଶୋଭା ତରଙ୍ଗେ।।

କେଦାରେ କେଦାରେ କୃଷକ ଭାଇର ଶୁଭେ ହଳିଆ ସଙ୍ଗୀତ

ଗଗନ ବକ୍ଷରେ ବିଜୁଳି ଆଲୋକ ମନେ ସଞ୍ଚାରଇ ଭୀତ।।


ମୌସୁମୀ ଗୋ ତୁମେ ନୂଆ ସମ୍ଭାବନା ଅଟ ଅମୃତର ଧାରା

ସୁନ୍ଦର ପୃଥିବୀ ସବୁଜ ବଳୟ ସୃଜନେ ହୁଅ ସାହାରା ।।


        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract