Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational Abstract Others

3  

Susil Pani

Inspirational Abstract Others

ଜଗତର ନାଥ

ଜଗତର ନାଥ

1 min
7.2K


        

                    

ଜଗନ୍ମାଥ ପାଈଁ ଜଗତ ସୁନ୍ଦର ।

                                    ତାଙ୍କ ପରି କିଏ ହବ ।।

ଭକ୍ତ ମନ ଜାଣି ତାର ମନବାଞ୍ଛା ।

                            ଭାବିବା ଆଗରୁ ସେ ଦେଈଦବ ।।

କିଏ କହେ ତାଙ୍କୁ ମନୁଆଁ ହଟିଆ ।

                                  କେ କହେ ଜଗତ ଠାକୁର ।।

ଅନ୍ତରଜ୍ୟାାମି ସିଏ ସବୁ ତ ଜାଣନ୍ତି ।

                      ସର୍ବ ବ୍ୟାପି ସ୍ବର୍ଗ ମର୍ତ୍ୟ ଯେ ପାତାଳ ।।

ପ୍ରହଲ୍ଲାଦ ପାଇଁ ଖମ୍ବୁ ବାହାରିଲ ।

          ହିରଣ୍ୟକାଶ୍ୟପ ବିଦାରି ପହଲ୍ଲାଦେ କଲ ରକ୍ଷା ।।

ବନ୍ଧୁ ମହାନ୍ତିଙ୍କୁ ଭୋଗ ଥାଳି ଦେଲ ।

                        ବନ୍ଧୁର ମର୍ଯ୍ୟଦା କଲ ଯେ ରକ୍ଷା ।।

ଲକ୍ଷେ ଜୋଜନରେ ଗଜ ଡାକ ଦେଲା ।

                         ଚକ୍ର ପେସି ଗଜ ଉଦ୍ଧାରିଲ ଜାଣି ।।

ଭକତ ବିଦୁର ଶାଗ ଭଜା ଦେଲା ।

                      ମହା ଆନନ୍ଦେ ଭକ୍ଷିଲ ହେ ଚକ୍ରଧାରି ।।

ଶବରି ଅଇଁଠା ଖାଇଲ ଯେ ତୁମେ ।

                   ଆଦରେ ଯେବେ ଯାଚିଲା ତୁମକୁ ଫଳ ।।

ଶବର ବିଶ୍ବାବସୁ ପୂଜୁଥିଲା ତୁମକୁ ।

              ଘଞ୍ଚ ଜଙ୍ଗଲ ମଧ୍ୟରେ ନିଳମାଧବ ରୂପର ।।

ଭକ୍ତ ମୁକ୍ତି ପାଇଁ ସାଖି ଦବା ପାଇଁ ।

                           ଯାଉଥିଲ ଭକ୍ତ ପଛେ ପଛେ ।।

ବାଲିରେ ଚାଲୁ ଚାଲୁ ଘୁଙ୍ଗୁର ର ଶବ୍ଦ ନସୁଭିଲା ।

                                ଭକ୍ତ ପଛକୁ ଦେଲା ଯେ ଚାହିଁ ।।

ସାଖି ଗୋପିନାଥ ରୂପେ ରହିଗଲ ।

                                ସାଖିଗୋପାଳ ନାମ ଅଟଇ ।।

ଭକ୍ତ ସାଲବେଗ ଭକ୍ତିରେ ଡାକିଲା ।

              ନନ୍ଦିଘୋଷ ଅଟକିଲା ତାଙ୍କ ଦରଶନ ପାଇଁ ।।

ବଳରାମ ଦାସ ବାଲି ରଥରେ ପୂଜିଲା ।

       ବାଲି ରଥେ ବିରାଜିଲ ନନ୍ଦିଘୋଷ ଗଲା ଅଟକେଇ ।।

ଭକ୍ତ ମାନ ଅଭିମାନ ଅଳି ଯେ ଅର୍ଦଳି ।

                                   ସବୁ ପାର ତୁମେ ବୁଝି   ।।

ସମୟ ଦେଖିକି ସବୁ ପୂର୍ଣ୍ଣ କର ।

                            ଭକ୍ତ ପାରେ ନାହିଁ ବୁଝି ସୁଜି ।।

ଯାହା ମୁଁ ଦେଖୁଛି ସବୁ ତ ତୁମର ।

                                 କି ଅବା ତୁମକୁ ଦେବି ।।

ଭକତିର ଭାବ ଦିଅ ଜଗନ୍ମାଥେ ।

                       ସଦା ତୁମ ନାମ ଗୁଣ ଗାଉଥିବି ।।

@ ସୁଶିଲ୍ ପାଣି , ପୁରୀ ।

[19:59, 10/31/2017] +91 88950 94768:            


Rate this content
Log in

Similar oriya poem from Inspirational