STORYMIRROR

Susil Pani

Others

2  

Susil Pani

Others

ଅଭିସପତ

ଅଭିସପତ

1 min
452


ଅଭିସପତ ଏହି ଅଭାବି ଜୀବନେ

ପ୍ରତୀକ୍ଷାର ନାହିଁ ଅନ୍ତ ।। (୧)

ଶ୍ରମ କାତରେ ଚିନ୍ତାଗ୍ରସ୍ତ ହୋଇ

ପଥପ୍ରାନ୍ତ ଓ ବିଭ୍ରାନ୍ତ ।। (୨)

ଲୋଡିଅଛି ତାର ଅନେକ ଆକାଂକ୍ଷା

ପୂର୍ଣ୍ଣ ହେବାପାଇଁ ସତ୍ୟ ।। (୩)

ସେଥିପାଇଁ ସିଏ ଭାବନା ରାଇଜେ

ବୁଡି ହୁଏ ମର୍ମାହତ ।। (୪)

ଆଶା ତା ଅନେକ କର୍ମ ତାର ଏକ

ବଞ୍ଚିବାର ଏକ ପନ୍ଥା ।। (୫)

ଭାବିଲେ କିହେବ ଜଦି ଉପାର୍ଜନ ନଥିବ

ଭାବନାର ମୂଲ୍ୟ ବ୍ୟର୍ଥ ।। (୬)

ଅଧିକ ଉପର୍ଜନ ପାଇଁ ନାହିଁ ତା ସମ୍ବଳ

ନାହିଁ ତାର ପ୍ରତିଆରା ।। (୭)

ଜନବଳ ନାହିଁ ଧନବଳ ନାହିଁ

ଅଛି ଖାଲି ତାର ଅପଚେଷ୍ଟା ।। (୮)

ଅପଚେଷ୍ଟା ପାଇଁ ହାରୁନି ଜୀବନେ

ତଥାପି କରୁଛି ସଂଘସ୍ର ।। (୯)

ଭାବୁଅଛି କାଳେ କେବେ ଭାଗ୍ୟଦେବି ବିଜେହେବେ

ହୋଇଜିବ ତାର ମନସ୍କାମ ପୂର୍ଣ୍ଣ।। (୧୦)


କବି:ସୁଶିଲ୍ କୁମାର ପାଣି

ତିଳିପଦା ଗଡ,ଗୋପ,ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍