STORYMIRROR

Bauribandhu Lenka

Inspirational Abstract

4.8  

Bauribandhu Lenka

Inspirational Abstract

ଅସହିଷ୍ଣୁ ଆଭିଜାତ୍ୟ

ଅସହିଷ୍ଣୁ ଆଭିଜାତ୍ୟ

1 min
13.6K


ଜାତି ଆଉ ବଂଶ ଆଭିଜାତ୍ୟ

ମଣିଷକୁ ଦିଏ ଅନ୍ଧ କରି I

ଭୁଲି ନିଜ ରକ୍ତ ଆଉ ମମତାର ଡୋରି

କମ୍ପେ ନାହିଁ ପିତା ହାତ

ଖେଳିବାକୁ ନିଜ ସନ୍ତାନ

ରକ୍ତରେ ହୋରି II

ତୁମେ ଠିକ୍ ଜାଣି ପାରିଥିଲ,

ଆଉ ମୃତ୍ୟୁର ଅତି ନିକଟରୁ

କିଟ୍- ମିଟ୍ ଅନ୍ଧାରର ଛାତି ଚିରି

ଧାଇଁ ଆସିଥିଲ ମୋ ନିକଟକୁ I

ଆମେ ଦୁହେଁ ଘର ଛାଡି

ଚାଲି ଆସିଥିଲେ

ଦୂରକୁ ଅନେକ ଦୂରକୁ,

ସମୟ ନଥିଲା ପଛକୁ

ଫେରି ଚାହିଁବାକୁ II

ଜାତି ଆଉ ସଂସ୍କୃତିର

ଧ୍ୱଜାଧାରୀ ଜହ୍ଲାଦମାନେ,

ବଞ୍ଚିବାକୁ ଦେବେନି ଆମକୁ ,

ଖୋଜି ବୁଲିବେଣି ଜାଣିବାକୁ

ରହିଅଛୁ ଆମେ କେଉଁ ସ୍ଥାନେ II

ଶାସନର ଲମ୍ବାହାତ ଏମାନଙ୍କୁ

ପାରେନାହିଁ ଛୁଇଁ I

ଏଠି ଖାଲି ରାଜନୀତି

ବଞ୍ଚିବାର ସ୍ୱାଧୀନତା ନାହିଁ II

ମଲା ପରେ ଏଠି ହୁଏ

ବଡ ହୋ ହଲ୍ଲା I

ଲୋକ ଦେଖାଣିଆ ଲାଗି

ଆସନ୍ତି ନେତାଏ ଆଉ

ଭିଡ ଲଗାନ୍ତି ଗଣ ମଧ୍ୟମ ବାଲା II

ଏଠି ବଞ୍ଚିବା ଅପେକ୍ଷା

ମରିଯିବା ଭଲ I

ରାତ୍ରି ଶେଷ ହେବାକୁ ଯାଉଛି,

ହେଲେ ଆମ ପାଇଁ ଶୁଭ ନୁହେଁ

ଆସନ୍ତାକାଲିର ସେ ନୂଆ ସକାଳ II

ଆସନ୍ତା ସକାଳର

ସେ ସୁନେଲି ସୂର୍ଯ୍ୟ କିରଣ,

ନଦେଖୁ ଆମ ରକ୍ତର ଶ୍ରାବଣ II

ଆସ ଆମେ 

ଆଲିଙ୍ଗନ କରି ପରସ୍ପରେ,

ମିଶିଯିବା ସବୁଦିନ ପାଇଁ

ଏହି ନୀଳ ସାଗରର

ଲହରୀ କୋଳରେ II

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational