STORYMIRROR

Srinibas Mahalik

Inspirational Abstract

3  

Srinibas Mahalik

Inspirational Abstract

ଟଙ୍କା

ଟଙ୍କା

1 min
13.9K


କିଏ କୁହେ ତାକୁ ପଇସା ପଇସା

କିଏ କୁହେ ପୁଣି ଟଙ୍କା

ତାକୁ ଦେଖିଦେଲେ ଆମମାନଙ୍କର

ମୁହଁ ହୋଇଯାଏ ବଙ୍କା ।।

ସୂର୍ଯ୍ୟଙ୍କଠାରୁ ସେ ଅଧିକ ପ୍ରଖର

ମହୁଠାରୁ ବି ସେ ମିଠା

ଟଙ୍କା ଯଦି ତୁମ ପାଖରେ ରହିବ

ଝୁମ୍ପୁଡିରୁ ହେବ କୋଠା ।।

ମଣିଷକୁ ଟଙ୍କା ଦୁର୍ନୀତି କରାଏ

ବନାଏ ବି ଚୋର ଖଣ୍ଟ

ଟଙ୍କା ଫିଙ୍ଗିଦେଲେ ଛୋଟ ହୋଇଯାଏ

ବଗର ସେ ଲମ୍ବା ଥଣ୍ଟ ।।

ଟଙ୍କା ପାଇଁ ଏଠି ଦେହ ବ୍ୟବସାୟ

ବିକ୍ରୀ ହୁଏ ପୁଣି ଅଙ୍ଗ

ଜୀବନଟା ଯଦି ବୋଇତ ହୁଅଇ

ଟଙ୍କା ହେବ ତା'ର ମଙ୍ଗ ।।

ଭାଇ ଭାଇ ମଧ୍ୟେ ହଣାମରା ଚାଲେ

ଖାସ୍ ଏ ଟଙ୍କା ପାଇଁ

ତୁମକୁ ବି କେହି ପଚାରିବେ ନାହିଁ

ପାଖେ ଯଦି ଟଙ୍କା ନାଇଁ ।।


साहित्याला गुण द्या
लॉग इन

Similar oriya poem from Inspirational