STORYMIRROR

Srinibas Mahalik

Others

3  

Srinibas Mahalik

Others

ରବିବାର

ରବିବାର

1 min
312


ହେଉ ଚାକିରିଆ ହେଉ ସେ ଷ୍ଟୁଡେଣ୍ଟ

ହେଉ ଅବା ଲେଇବର

ଆଖି ଫାଡି ସବୁ ଚାହିଁ ରହିଥା'ନ୍ତି

କେବେ ହେବ ରବିବାର !!


ଦୈନନ୍ଦିନ କାର୍ଯ୍ୟମାନରୁ ଟିକିଏ

ପାଇବାକୁ ଫୁରୁସତ

ଛୁଟିଦିନ ତେଣୁ ଅନେଇ ଥାଆନ୍ତି

ହେବାକୁ କାର୍ଯ୍ୟରୁ ମୁକ୍ତ ।।


ରବିବାର କାହିଁ ଛୁଟିଦିନ ହେଲା

ରହିଛି ଅନେକ ମିଷ୍ଟ୍ରି

ଜାଣିବାକୁ ହେଲେ ନିଶ୍ଚିତ ପଢନ୍ତୁ

ଏନ୍ ଲୋଖଣ୍ଡେଙ୍କ ହିଷ୍ଟ୍ରି ।।


ଲୋଖଣ୍ଡେଙ୍କ ପାଇଁ ପାଇଅଛୁ ଆମେ

ସପ୍ତାହକୁ ଗୋଟେ ଛୁଟି

ତେଣୁ ତାଙ୍କୁ ମୋର ହୃଦୟ ଭିତରୁ

ନମସ୍କାର କୋଟି କୋଟି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍