STORYMIRROR

Chittaranjan Lenka

Inspirational Abstract

3  

Chittaranjan Lenka

Inspirational Abstract

ପ୍ରକୃତ ଦୋଷୀ

ପ୍ରକୃତ ଦୋଷୀ

1 min
13.3K


ଯୁଆଡେ ଦେଖିବ         ବାବା ବାବା ବୋଲି     

ପଡିଅଛି ଆଜି ହୁରି

ଦୋକାନ ବଜାର         ଗାଆଁ ଓ ସହର

ମିଡିଆଙ୍କ ଖିରି ପୁରୀ

କେ କେତେ ଭାଷାରେ    କେ କେତେ ଢଙ୍ଗରେ

ବାବାକୁ ଦେଉଛି ଗାଳି

ବାବା ପାଇଁ ଆଜି         ବନ୍ଧୁ ମତ ଭେଦ

ଘରେ ଲାଗିଲାଣି କଳି

କେମିତି ଭୁଲିଲ           ସେହି ବାବାଟିକୁ

ଯିଏ ଗଢିଲା ସଂସାର

ଭୁଲିଲ କେମିତି           ଜନମ ଦେଇଛି

ଯେଉଁ ବାବାଟି ତୁମର???

ନିଜ ସ୍ୱାର୍ଥ ପାଇଁ           ଆଉ ଗୋଟେ ବାବା

ଯଦି ହେଲା ଦରକାରୀ

ତୁମଠାରୁ ଦୋଷୀ          କିପରି ହୋଇଲା

ଭଣ୍ଡବାବା ରୂପଧାରୀ ???

ଚିତ୍ତ ରଞ୍ଜନ ଲେଙ୍କା (କଟକ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational