STORYMIRROR

Chittaranjan Lenka

Others

4  

Chittaranjan Lenka

Others

ଦୃଢ ବିଶ୍ଵାସ

ଦୃଢ ବିଶ୍ଵାସ

1 min
364


ବିଜ୍ଞାନ କହୁଛି ବିଷ ପିଇଦେଲେ

ହୋଇବ ନିଶ୍ଚେ ମରଣ

ପୁରାଣ କହଇ ଦୃଢ ବିଶ୍ଵାସରେ

ବିଷ ହୁଅଇ ହରଣ ।

ପଥରରେ ଶକ୍ତି ଟିକେ ବି ନ ଥାଏ

ଏହା ବି କହେ ବିଜ୍ଞାନ

ଦୃଢ ବିଶ୍ଵାସରେ ଜୀବନ୍ତ ଠାକୁର

ପଥର ବି ପାଏ ପ୍ରାଣ ।

ଯିଏ ଯାହା କହୁ ଦୃଢ ବିଶ୍ଵାସରେ

ଥାଏ ଅସଲ ଶକତି

ସେ ଶକତି ମଧ୍ୟ ତୁମେ ପାଇଯିବ

ବିଶ୍ଵାସକୁ କର ଭର୍ତ୍ତି ।


Rate this content
Log in