STORYMIRROR

Chittaranjan Lenka

Others

3  

Chittaranjan Lenka

Others

କୁହୁକ ବଂଶୀ

କୁହୁକ ବଂଶୀ

1 min
586


ଶୁଣିଛି ପଢ଼ିଛି ଆରେ କାହ୍ନୁ ତୋର


ବଂଶୀ ଅଟେ କାଳେ କୁହୁକ ବୋଳା


ଯିଏ ସେ ଶୁଣିଲା ସିଏ ଅଟକିଲ


ତୋ ପ୍ରେମରେ ସିଏ ହୋଇଲା ଭୋଳା


ଶୟନେ ସପନେ ଅବ ଜାଗରଣେ


ଶୁଣାଇ ଦେ ଟିକେ ସେ ବଂଶୀ ସ୍ୱର


ଭୁଲିଯିବି ସବୁ ଦୁଃଖ ଶୋକ ଯେତେ


ମିଛ ମାୟା ମୋହ ହୋଇବ ଦୂର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍