ହାରି ବି ଆନନ୍ଦ
ହାରି ବି ଆନନ୍ଦ
1 min
174
ସମସ୍ତେ ଚାହାନ୍ତି ଜିତିବାକୁ ଯେଣୁ
ହାରିବାରେ ଦୁଃଖ ଥାଏ,
ଜିତିବାକୁ ତେଣୁ କେତେ କଳ ବଳ
ପ୍ରୟୋଗ ବି କରାହୁଏ,
ଭଲ ପାଇବାଟା ଏଭଳି ସ୍ଵତନ୍ତ୍ର
କେହି ସମକକ୍ଷ ନୁହଁ,
ଜଣେ ଚିନ୍ତାକରେ ଅନ୍ୟର ମଙ୍ଗଳ
ଯେତେ ପଛେ ଯାହା ହୁଏ,
ଯିଏ ସେ ଯାହାକୁ ଯେମିତି ବି ହେଉ
ଯଦି ଭଲ ପାଉ ଥାଏ,
ଯେତେ ଥର ପଛେ ହାରିଯାଉ ସିଏ
ତଥାପି ଆନନ୍ଦ ପାଏ ।
