STORYMIRROR

Chittaranjan Lenka

Abstract

3  

Chittaranjan Lenka

Abstract

ଭଲ ମନ୍ଦ

ଭଲ ମନ୍ଦ

1 min
327

ଭଲ ଲୋକ ଜଣେ ଭାବୁଥାଏ ମନେ

ଅନ୍ୟ ଜଣେ ଭଲ ରହୁ

 ମନ୍ଦ ଲୋକ ଚିନ୍ତା ଭଲ ଲୋକ ମଧ୍ୟ

   କେମିତି କଷଣ ପାଉ

 ଅନ୍ୟର ଖୁସିରେ ନିଜେ ଖୁସି ପାଏ

ଭଲ ଲୋକ ଭୁଲେ ଭୋକ

 ମନ୍ଦ ଲୋକ କିନ୍ତୁ ଖୁସିରେ ନାଚଇ

  କାନ୍ଦୁଥିଲେ ଭଲ ଲୋକ

ଭଲ ଲୋକ କେବେ ଦେଖାଇ ହୁଏନା

 ଦେଖାଣିଆ କାମ କରି

ମନ୍ଦ ଲୋକ କରେ ଦେଖାଣିଆ କାମ

 ଚେର ଦେଇଥାଏ ମାରି

ଭଲ ଲୋକ କିଛି ସନ୍ତୋଷ ଲଭଇ    ମନ୍ଦ ବି ପାଏ ସନ୍ତୋଷ

ହେଲେ ସତ କଥା  ଦୁହିଙ୍କ ସନ୍ତୋଷ ବିପରୀତ ଭାବେ ଶେଷ

                                    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract