STORYMIRROR

Jagannath Barik

Abstract

3  

Jagannath Barik

Abstract

ଆସନ୍ତା କାଲି

ଆସନ୍ତା କାଲି

1 min
432


ଗତକାଲି ଆମେ ସକଳେ ଦେଖିଲେ 

  ଆଜି ବର୍ତ୍ତମାନ ଦୃଶ୍ୟ

ଆସନ୍ତା କାଲିତ ସବୁରି ପାଇଁକି 

  ଅଟେ ଅସ୍ଥିର ଅଦୃଶ୍ୟ ।

ଏଇତ ଜୀବନ ଦର୍ଶନ ପ୍ରମାଣ 

   ବିଚାର ସର୍ବେ ସୁଚିତ୍ତେ

ଭାବି ଅତୀତକୁ ଗଢ଼ିବ ଆଜିକୁ

  ଭବିତବ୍ୟ ସୁଖ ହିତେ ।

ଅତୀତ ନଝୁରି ଶିକ୍ଷା ଲାଭ କରି

   ଠୁଳ କର ଅଭିଜ୍ଞତା

କାଳ ଶ୍ରେଷ୍ଠ ବର୍ତ୍ତମାନେ ଲୟରଖି 

  ଦେଖା କର୍ମ ତତ୍ପରତା ।

ଆଜିର ସମୟ ମହାମୂଲ୍ୟବାନ

  ଅର୍ଘ୍ୟ ଧରି ସମାସିନ 

ଅବହେଳା କଲେ ଅତୀତ ଗର୍ଭରେ

  ହୋଇଯିବ ସେ ବିଲୀନ ।

ତେଣୁ ବିଜ୍ଞ ଜନେ

ଆଜିର ଦିନକୁ

  ଦିଅନ୍ତି ସଦା ପ୍ରାଧାନ୍ୟ

ଭବିଷ୍ୟତ ସଦା ଅଜ୍ଞାତ ଅନ୍ଧାର

   ନପାଏ ସ୍ଥିରତା ମାନ୍ୟ ।

ଆସନ୍ତା କାଲିକୁ ଥିବ କି ନଥିବ

   କିବା ପଡ଼ିବ ପ୍ରମାଦ

ଏହା ହେତୁକରି ଯାଅ କାମକରି

   ଏହା ସତ୍ୟ ନିର୍ବିବାଦ ।

ଜୀବନ ଯୌବନ ଧନ ନୁହେଁ ଚିର

   ଆସନ୍ତା ହିଁ ଅନିଶ୍ଚିତ

କେ ଜାଣେ କାହାର ମୃତ୍ୟୁକାଳ ଆସି  

   ନହୋଇବ ଉପସ୍ଥିତ ।

ସମୟର ମୂଲ୍ୟ ଅଟଇ ଅମୂଲ୍ୟ

  ଆଜକୁ ରଖନ୍ତୁ ଧ୍ୟାନ

ଆସନ୍ତାକାଲିକୁ ବାକିଆ କାମକୁ

  ରଖନାହିଁ ବୁଦ୍ଧିମାନ ।

   


Rate this content
Log in

Similar oriya poem from Abstract