STORYMIRROR

Jagannath Barik

Abstract

4  

Jagannath Barik

Abstract

ତୋ ଚକା ନୟନକୁ

ତୋ ଚକା ନୟନକୁ

1 min
323

ତୋ ଚକା ନୟନକୁ ଚାହିଁ ଦେଲେ ଥରେ କଟିଯାଏ ସବୁ ଦୁଃଖ

କାଳିଆ ବୋଳିକି ଡାକିଦେଲେ ଥରେ ହସିଦେଉ ପଦ୍ମମୁଖ

କୋଟି ଲାବଣ୍ୟ ପସରା ଧରି

ନୀଳାଚଳେ ଅଛୁ ବିଜେକରି

କୋଟି ଓଡ଼ିଆର ମଉଡ଼ମଣି ତୁ ନୀଳମଣି ସର୍ବ ସୁଖ ||

ଭାବ ବିନୋଦିଆ ମୋ କଳା କହ୍ନେଇ ଦୁଃଖୀଧନ ନୀଳମଣି

ଚଉ ବର୍ଗ ଦାତା ଜଗତ କରତା ଭକ୍ତ ସ୍ତୁତି ଚିନ୍ତାମଣି 

ତୋର ନୀଳଚକ୍ର ଶୋଭା ଦେଖି 

ମୋର ଆଖି ଯାଏ ତହିଁ ଲାଖି

ପତିତ ପାବନ ଉଡ଼େ ଘନ ଘନ ସକଳ ଆଶ୍ଚର୍ଯ୍ୟ ଖଣି ||

ତୋର ବାଇଶି ପାହାଚେ ଗଡ଼ିଗଲେ ଥରେ କଟିଯାଏ ପାପରାଶି 

ଆନନ୍ଦ ବଜାରେ ବୁଲିଲେ ମଜାରେ ମହାପ୍ରସାଦକୁ ଚାଖି

କଣିକାଏ କୈବଲ୍ୟ ତୁଣ୍ଡରେ

ଖାଇ ହାତ ପୋଛିଲେ ମୁଣ୍ଡରେ

ଅମରାବତୀର ସୁଖର ଆସର ହାତରେ ପଡ଼ିବ ଖସି ||

ଚରାଚର ନାଥ କାଳିଆ ସାଆନ୍ତ ରାଜରାଜେଶ୍ୱର ହରି

କୀଟୁ ବ୍ରହ୍ମ ଯାଏ ଯାହାର ଶରଣେ ରହିଥାନ୍ତି ଆଶ୍ରା କରି

ରୂପ ନାଚୁଥାଉ ନୟନରେ

ଶୟନରେ ଅବା ସପନରେ

ଭାଷେ ଜଗନ୍ନାଥ ହେ ଜଗତନାଥ ଭବ ସିନ୍ଧୁ କର ପାରି ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract