STORYMIRROR

Jagannath Barik

Romance

4  

Jagannath Barik

Romance

ଭାବରେ ଭଗବାନ------------

ଭାବରେ ଭଗବାନ------------

1 min
326

ଭାବରେ ଭାବରେ ତାକୁ ଡାକିଛି ଯିଏ

ଟାଣି ନେଇଛି ହାତକୁ ଧରିକି ସିଏ

ସେତ ଭାବରେ ବନ୍ଧା

ଭାବ ଅଟେ ତା ଫନ୍ଦା

ଭାବ କଷି କଷି ଫଳ ଯାଚିକି ଦିଏ ।


ଭାବେ ଦିନେ ଯମୁନାରେ ହେଲା ତରାଇ

ଭାବେ ଯାଏ ବୃନ୍ଦାବନେ ଗାଈ ଚରେଇ

ଭାବେ ଖାଏ ଗୋଇଠା

ଭାବେ ଖାଏ ଅଇଁଠା

ଭାବେ ଭକତ ମାଡ଼କୁ ଦେହକୁ ନିଏ ।


ଭାବେ ପାର୍ଥ ପାଇଁ ରଥେ ହେଲା ହଳିଆ

ଭାବେ ବାଲି ରଥେ ବାନ୍ଧି ଦେଲା ବଳିଆ

ଭାବେ ନିଏ ନଡ଼ିଆ

ଭାବେ ଦିଏ ଥାଳିଆ

ଭାବେ ଭକ୍ତ ପାଇଁ ଭାର ବୋହିଛି ସିଏ ।


ଭାବ ବିନୋଦିଆ ସେହି ଶିଖୀ ଚୂଳିଆ

ଭାବରଙ୍କା ପ୍ରେମରଙ୍କା ଗୋପୀ ମେଳିଆ

ଭାବେ ରାଧା ପୟର

ଧରେ ରସ ଶେଖର

ଜଗନ୍ନାଥ ସେହି ଭାବ ପଛରେ ଧାଏଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance