ଭାବରେ ଭଗବାନ------------
ଭାବରେ ଭଗବାନ------------


ଭାବରେ ଭାବରେ ତାକୁ ଡାକିଛି ଯିଏ
ଟାଣି ନେଇଛି ହାତକୁ ଧରିକି ସିଏ
ସେତ ଭାବରେ ବନ୍ଧା
ଭାବ ଅଟେ ତା ଫନ୍ଦା
ଭାବ କଷି କଷି ଫଳ ଯାଚିକି ଦିଏ ।
ଭାବେ ଦିନେ ଯମୁନାରେ ହେଲା ତରାଇ
ଭାବେ ଯାଏ ବୃନ୍ଦାବନେ ଗାଈ ଚରେଇ
ଭାବେ ଖାଏ ଗୋଇଠା
ଭାବେ ଖାଏ ଅଇଁଠା
ଭାବେ ଭକତ ମାଡ଼କୁ ଦେହକୁ ନିଏ ।
ଭାବେ ପାର୍ଥ ପାଇଁ ରଥେ ହେଲା ହଳିଆ
ଭାବେ ବାଲି ରଥେ ବାନ୍ଧି ଦେଲା ବଳିଆ
ଭାବେ ନିଏ ନଡ଼ିଆ
ଭାବେ ଦିଏ ଥାଳିଆ
ଭାବେ ଭକ୍ତ ପାଇଁ ଭାର ବୋହିଛି ସିଏ ।
ଭାବ ବିନୋଦିଆ ସେହି ଶିଖୀ ଚୂଳିଆ
ଭାବରଙ୍କା ପ୍ରେମରଙ୍କା ଗୋପୀ ମେଳିଆ
ଭାବେ ରାଧା ପୟର
ଧରେ ରସ ଶେଖର
ଜଗନ୍ନାଥ ସେହି ଭାବ ପଛରେ ଧାଏଁ ।