STORYMIRROR

SARATA KUMAR DAS

Romance

3  

SARATA KUMAR DAS

Romance

ପ୍ରୀତିର ମହକ

ପ୍ରୀତିର ମହକ

1 min
19.5K


ପ୍ରିୟା ମୋ ଆସୁଛି ସୁନା ସବାରୀରେ

ଫଗୁଣ ଫଗୁଣ ବାସୁଛି

ପଳାଶ ବଣରେ ଚାନ୍ଦିନୀ ଝରୁଛି

ବସନ୍ତ ମଳୟ ବହୁଛି

ସତେ କି କୋଇଲି ଗାଉଛି

ସକାଳରୁ ସଂଜ,ସଂଜରୁ ସକାଳ

ତାଆ କଥା ବସି ଭାବୁଛି ।।


ଜହ୍ନକୁ ମାଗିଛି ଜୋଛନା ଟିକିଏ

ରାତିକୁ ମାଗିଛି ସପନ

ମେଘକୁ ମାଗିଛି ବରଷା ଟିକିଏ

ପ୍ରିୟାକୁ ମାଗିଛି ତା' ମନ

ଆକାଶରୁ ଫୁଲ ଝଡୁଛି

ବିଜନ ବେଳାରେ ତା' ଚନ୍ଦ୍ର ବଦନ

ଗୋଲାପୀ ଗୋଲାପୀ ବାସୁଛି ।।


ଜହ୍ନ ରାଇଜରେ ଘରଟି ତୋଳିଛି

ସଜାଇଛି ମୁଁ ତାରା ଫୁଲେ

ସାଗର ବୁକୁରେ ନୀଳ ଉର୍ମିମାଳା

ପ୍ରୀତିର ମୂର୍ଚ୍ଛନା ତୋଳେ

ପ୍ରେମଶୀଳା ରାଧା ହସୁଛି

କଦମ୍ବ ବନର ବଂଶୀର ସ୍ବନକୁ

ଚାତକ ପରାଏ ଚାହିଁଛି ।।


ପ୍ରୀତିର ଝରଣା ବହେ କଳ କଳ

ସୀମା ସରହଦ ଜାଣେନା

ଅଜଣା ରାଇଜ ରାଜନନ୍ଦିନୀ ସେ

ବାଧା ବନ୍ଧନକୁ ମାନେନା

ହୃଦୟେ ପୁଲକ ଖେଳୁଛି

ସପନ ନାୟିକା ମୋ ମନ ବୀଥିକା

ଉଜାଗରେ ଚାହିଁ ବସିଛି ।।


ଅମା ଅନ୍ଧକାରେ ଆଶାର କିରଣ

ନିର୍ଜନ ବେଳାର ମୋ ସାଥୀ

ଶବ୍ଦ ପୁଂଜ ସେ ମୋ କାବ୍ୟ କବିତା ର

ମୋ ଜୀବନ ବୀଣାର ଗୀତି

ଆତୁରେ ତାକୁ ମୁଁ ଖୋଜୁଛି

ମୋ ତାପିତ ହୃଦେ ତା' କୋମଳ ସ୍ପର୍ଶ

ଝଲମଲ ହୋଇ ଜଳୁଛି ।।


ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance