STORYMIRROR

Sanjukta Sahoo

Others Romance

3  

Sanjukta Sahoo

Others Romance

ତୁମ ପାଇଁ

ତୁମ ପାଇଁ

1 min
27K


ଅପେକ୍ଷା କର ଥରେ

ସୂର୍ଯ୍ୟକୁ

ଉଦୟ ହେବା ଯାଏ

ନୂଆ କିରଣ ଆସିବା ଯାଏ

ପୂର୍ଣ୍ଣିମାର ଚନ୍ଦ୍ରକୁ

ପୂର୍ଣ୍ଣ ରୂପ ନେବା ଯାଏ

ବହୁ ଥର ଘଟିଥିବା ଏମିତି

ନୂଆ କିରଣରେ ଆସିଥିବା ମଧ୍ୟ

ନୂଆ ନୂଆ କେତେ ସ୍ଵପ୍ନ

ସବୁ ନିଏନା ବାସ୍ତବ ରୂପ

ଧୂଳିସାତ୍ ହୋଇଯାଏ କିଛି ଅମାବାସ୍ୟାର ଅନ୍ଧକାରରେ ... ।

କିନ୍ତୁ

କାନ୍ଦିଲେ ଲୁହ ସରିଯିବ

ଭାବିଲେ ମନ ମରିଯିବ

ଅପେକ୍ଷା କର

ପବନ ବହିବାର ଅନ୍ତ ଯାଏ

ସାଗରର ଶୋଷ ମେଣ୍ଟିବା ଯାଏ

ଆକାଶ ରୁ ତାରା ଖସିବା ଯାଏ

ଅପେକ୍ଷା କର ସବୁକିଛି ର ଶେଷ ଯାଏ .... ।

ତୁମ ପାଇଁ ଆସିବ ଏକ ନୂଆ ସକାଳ

ହାତ ପାହାନ୍ତାରେ ଥିବ ପୂର୍ଣ୍ଣିମା ଜହ୍ନ

ପ୍ରେମିକା କୋଳରେ ହଜି ଯାଉ ଥିଲେ ବି ,

ଦେଖିପାରୁଥିବ ....

ତୁମକୁ ଭଲ ପାଉଥିବା ଅନେକ ମଣିଷଙ୍କ ମୁହଁରେ

ହଜି ଯାଉଥିବା ସେ ହସ ,ସ୍ନେହ ଆଉ ସଦିଚ୍ଛାର କୋମଳ ସ୍ପର୍ଶ .।


Rate this content
Log in