ମାଆ ଆସୁଛି
ମାଆ ଆସୁଛି
ଆଖିରେ ଆଖିଏ ସପନ
ପୂଜା ଆସୁଛି
ମାଆ ଆସୁଛି
ସାଥୀରେ ନେଇ ହତିଆର
ସଂହାର କରିବାକୁ ପାପୀ ମାନଙ୍କୁ
ନିପାତ କରିବାକୁ ଦୁର୍ନୀତକୁ
ପାରିବୁ ମାଆ .......
ଏ କଳିଯୁଗରେ ସବୁତ ଛଳନା ,ମାୟା ,
କପଟ ଆଉ ଅନ୍ୟାୟ .
ପାରିବୁ ନିପାତ କରି ....
ଛଳନାମୟ ଏ ଦୁନିଆକୁ
ସୃଷ୍ଟି କରି ପାରିବୁ ମାଆ ଆଉ ଗୋଟିଏ ନୂଆ ଦୁନିଆ
ଯେଉଁଠି ନା ଥିବ କିଛି ଆଶା ନା ସୃଷ୍ଟି ହେବ ଛଳନା .....
ପାରିବୁ ଯଦି ଗଢ଼ ମାଆ '
ନିର୍ମଳ ଭାବମୂର୍ତ୍ତୀ ମନୁଷ୍ୟର
ହିଂସା ଦ୍ୱେସକୁ ଏଡାଇ
ସାଜନ୍ତୁ ସମସ୍ତେ ମହାପୁରୁଷ .