Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Inspirational

3  

Rama chandra Pradhan

Inspirational

ଛାଡ଼ପତ୍ର

ଛାଡ଼ପତ୍ର

1 min
287


ଛାଡ଼ପତ୍ର ଅଟେ ଅମଙ୍ଗଳକାରୀ 

   ବୈବାହିକ ଜୀବନରେ 

ତା' ପାଇଁ ବିବାଦ ଘନେଇ ଆସଇ 

   ଆମ ସଭ୍ୟ ସମାଜରେ l


ବିଶ୍ୱାସ ବଦଳେ ସନ୍ଦେହ ରହିଲେ 

  ସମ୍ପର୍କରେ ହୁଏ ଫାଟ 

ସାଂସାରିକ ରୀତି ବାଟବଣା ହୁଏ 

   ରଚି ଅବିଶ୍ୱାସ ନାଟ l


ସୁଖର ସଂସାର ବିଷମୟ ହୁଏ 

  ଘୋଟି ଘନ ଅନ୍ଧକାର 

ଯୁଗ ଯୁଗର ସେ ପବିତ୍ର ବନ୍ଧନ 

  ହୋଇଯାଏ ଛାରଖାର l


ସମାଧାନ ପନ୍ଥା ନୁହେଁ ଛାଡ଼ପତ୍ର 

  ତା' ଠାରୁ ରୁହ ଦୂରେଇ 

ଦାମ୍ପତ୍ୟ ଜୀବନେ ସଦା ଖୁସି ହୁଅ 

   ବିଶ୍ୱାସକୁ ଆପଣାଇ l


ସାତ ଜନମର ସାଥିଟିଏ ହୋଇ 

   ସନ୍ଦେହେ ରୁହନି ଝୁଲି 

ଦାମ୍ପତ୍ୟ ଜୀବନେ ରଙ୍ଗ ଭରିଦିଅ 

   ଛାଡ଼ପତ୍ର କଥା ଭୁଲି l


ଭାଙ୍ଗିଦିଅ ନାହିଁ ସେ ମିଠା ସମ୍ପର୍କ 

  ହୋଇ ଛାଡ଼ପତ୍ରେ ବାଇ 

ଚିରି ଫାଡ଼ି ଦିଅ ସେ କାଗଜ ଫର୍ଦ 

   ଭରସାର ମନ ନେଇ l



Rate this content
Log in

Similar oriya poem from Inspirational