ଗୁରୁ ହିଁ ଈଶ୍ୱର
ଗୁରୁ ହିଁ ଈଶ୍ୱର


ଗୁରୁ ହିଁ ଈଶ୍ୱର ମୁକତିର ଝର
ଆଲୋକର ଦିବ୍ୟଜ୍ୟୋତି
ଗୁରୁ ହିଁ କରମ ଗୁରୁ ହିଁ ଧରମ
ନାହିଁ ତାଙ୍କ ବିନୁ ଗତି l
ଗୁରୁ ହିଁ ତ ବ୍ରହ୍ମା ବିଷ୍ଣୁ ମହେଶ୍ୱର
ସଂସାର ଭିତରେ ସାର
ଗୁରୁ ହିଁ ଅଟନ୍ତି ବିଦ୍ୟାର ଅମାର
ଚାଟଙ୍କର ରୂପକାର l
ଶ୍ରୀଗୁରୁ ଚରଣ ପୂଣ୍ୟ ତପୋବନ
କରୁଣାର ନିରିଝର
ଗୁରୁ ହିଁ କେବଳ ଶକତିର ଉତ୍ସ
ଆଦର୍ଶର ଅବତାର l
ଗୁରୁଙ୍କ ମହିମା ଅନନ୍ତ ଅପାର
ଗୁରୁ ହିଁ ଶୁଭ ଚିନ୍ତକ
ଗୁରୁ ହିଁ ଅଟନ୍ତି ଦେଶର ନିର୍ମାତା
ପୁଣି ପଥ ପ୍ରଦର୍ଶକ l
ଗୁରୁ ହିଁ ଗଢ଼ନ୍ତି ସଂସ୍କାର ଛାଟରେ
ଭବିଷ୍ୟତ କର୍ଣ୍ଣଧାର
ଗୁରୁଙ୍କ କୀରତି ଜଗତେ ବିଖ୍ୟାତ
ନାହିଁ ତାଙ୍କ ପଟାନ୍ତର l