STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ଅଗ୍ନି ବୀର‌

ଅଗ୍ନି ବୀର‌

1 min
354

ଅଗ୍ନି ବୀର‌ ଆମେ ଅଗ୍ନି ବୀର 

ସ୍ବପ୍ନ ର ଭାରତ ସୁନ୍ଦର ଭାରତ

ଗଢିବୁ ଆମେରେ ନୂତନ ଭାରତ

ସାଜିବୁ ଜାତିର ଆମେ କର୍ଣ୍ଣଧାର

ଅଗ୍ନି ବୀର‌ ଆମେ ଅଗ୍ନି ବୀର ।


ସାଧନା ଆମର ସଦା ଶୃଙ୍ଖଳାର

ଜୀବନ ଜୀଇଁବା ନୂଆ ଶଇଳୀର

ସମ୍ପ୍ରିତି ସଂଘତି ବିଶ୍ବ ଭାତୃତ୍ବର

ସେବା ସଦ୍ଭାବନା ବିଶ୍ଵ ନେତୃତ୍ୱର

ଦେଶ ଗଢିବାକୁ ଆମେ ଅଙ୍ଗୀକାର 

ଅଗ୍ନି ବୀର‌ ଆମେ ଅଗ୍ନି ବୀର ।


ନବୀନ ଆଲୋକ ସ୍ପୁଲିଙ୍ଗ ଆମେତ

ନବ ସ୍ବରଲିପି ସଙ୍ଗୀତେ ଝଙ୍କୃତ 

ସୁଦୂର ପ୍ରସାରି ଆମ ଭବିଷ୍ୟତ

ନିଜକୁ କରିବୁ ଆମେ ଉଦ୍ଭାସିତ 

ସଫଳତା ଆମ ହାତ ମୁଠାର

ଅଗ୍ନି ବୀର‌ ଆମେ ଅଗ୍ନି ବୀର ।


ଜାଗ୍ରତ ପ୍ରହରୀ ଦେଶ ସେବକ

ସୁସ୍ଥ ଭାରତର ରଖିଯିବୁ ଟେକ

ସୀମା ଲଙ୍ଘିଯିବୁ ସୁନୀଳ ଆକାଶ

ନୂଆ ରୂପେ ହେବୁ ଆମେରେ ପ୍ରକାଶ

ଜୀବନ ହେବରେ ଆନନ୍ଦ ମୁଖର

ଅଗ୍ନି ବୀର‌ ଆମେ ଅଗ୍ନି ବୀର ।



Rate this content
Log in

Similar oriya poem from Inspirational