STORYMIRROR

Pratapkesari Sahu

Inspirational

4  

Pratapkesari Sahu

Inspirational

ଜହ୍ନ ରାଇଜରେ ଆମେ

ଜହ୍ନ ରାଇଜରେ ଆମେ

1 min
260


ଚନ୍ଦ୍ରୟାନ ମିଶନ ସଫଳ ହୋଇଲା

ଜହ୍ନକୁ ଛୁଇଲା ଯାନ

ଇସ୍ରୋ ବୈଜ୍ଞାନିକ ରଖିଗଲେ ଟେକ

ରହିଲା ଆମର ମାନ ।


ଦକ୍ଷିଣମେରୁରେ ଅବତରଣ କରି

ପ୍ରଥମ ଦେଶ ଗଣିତା

ଭାରତର ନାଆଁ ବିଶ୍ୱରେ ଉଡିଲା

ବନ୍ଦିଲା ଭାରତମାତା ।


ଚନ୍ଦ୍ରର ପୃଷ୍ଠରେ ଗତିକରି ପ୍ରଜ୍ଞା

ଗବେଷଣା ସେ କରିବ

ଚଉଦ ଦିନର ବିବରଣୀ ସବୁ

ପୃଥିବୀକୁ ପଠାଇବ ।


ଜଳବାୟୁ ସହ ଖଣିଜ ପଦାର୍ଥ

ଆବର ମାଟି ପଥର

ଏସବୁର ତଥ୍ୟ ପ୍ରଦାନ କରିବ

ବିକଶିତ ହେବ ଦେଶ ।


ତେଇଶି ଅଗଷ୍ଟ ଦୁଇ ହଜାର ତେଇଶ

ଅମୃତ ଲଗ୍ନ ମୂହୁର୍ତ୍ତ

ସନ୍ଧ୍ୟା ଛ ଘଣ୍ଟା ଚାରି ମିନିଟରେ

ଭାରତ ଥାପିଲା ପାଦ ।


ଆମ ପ୍ରଧାନମନ୍ତ୍ରୀ ମୋଦି ବାର୍ତ୍ତା ଦେଲେ

ଜହ୍ନମାମୁଁ ବହୁ ଦୂର

ଏବେ ଭାରତୀୟ ଶିଶୁ ଯେ କହିବେ

ଜହ୍ନକୁ କରିବା ଟୁର ।


ଚନ୍ଦ୍ରାୟନ ତିନି ଇତିହାସ ରଚିଲା

ସ୍ୱର୍ଣ୍ଣାକ୍ଷରେ ଲେଖାହେଲା

ଶତୃଦେଶଙ୍କର ହୃଦୟ କମ୍ପନ

ଭୟରେ ଛାତି ଥରିଲା ।


ଭାରତବାସୀ ଆମେ ଭାରତୀୟ ଆମେ

ଭାରତ ମାତା ସନ୍ତାନ

ହିନ୍ଦୁ ମୁସଲିମ ଶିଖ ଖ୍ରୀଷ୍ଟିୟାନ

ରଖିବା ମାଆର ମାନ ।


Rate this content
Log in

Similar oriya poem from Inspirational