Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratapkesari Sahu

Abstract

4  

Pratapkesari Sahu

Abstract

ଜୀବନର ଦୁଇପଥ

ଜୀବନର ଦୁଇପଥ

1 min
236



ସଂସାରରେ ଯେତେ ଭଲ କାମ କଲେ

ପ୍ରସଂଶା ମିଳଇଜାଣ

ଆଲୋକ ଅନ୍ଧାର ଦୁଇ ଟି ଶବ୍ଦର

ପରଖିବା ତା'ର ଗୁଣ ।


ଆଲୋକ ପଥରେ ଅତିକ୍ରମ କଲେ

ହେବାଆମେ ଦିପ୍ତିମାନ

ଉନ୍ନତ ଜୀବନ ବଞ୍ଚିବା ସ୍ୱାଧିନ

ହୃଦେ ଚିନ୍ତି ଭଗବାନ ।


ଅନ୍ଧାର ପଥରେ ପଥିକ ହୋଇଲେ

ଜୀବନ ଟା ଅନ୍ଧକାର

ଭଲ କାମ କେବେ କରିପାରିବା ନି

ପିଣ୍ଡ ହୋଇବ ବେକାର ।


ପର ମନ୍ଦଚିନ୍ତା କୂଟ କପଟତା

ଆତ୍ମବଡିମା ଅପାର

କାହାକୁ ମାରିବା କାହାକୁ ତାରିବା

ଦିବାନିଶି ଏ ବିଚାର ।


ଗୋଟିଏ ରାସ୍ତାର ଦୁଇ ପ୍ରାନ୍ତ ଅଛି

ଏକଥା ଆମେ ଭାବିବା

ଗୋଟିଏ ନଈର ଦୁଇ କୂଳ ଅଛି

ଏକଥା ମନେ ରଖିବା ।


କଦାପି କାହାକୁ ବିନାକାରଣରେ

ଅସମ୍ମାନ କରିବାନି

ଭାଗବତେ ତାହା ଲେଖା ହୋଇଅଛି

ଶାମ୍ବ ନାରୀ ବେଶ ଠାଣୀ ।


ଋଷିଙ୍କ କୋପ ଅଭିଶାପର ବାଣୀ

ଯଦୁବଂଶ ହୁଏ ଧ୍ୱଂସ

ପାଇଲେନି କୃଷ୍ଣ ବଳରାମ ତ୍ରାହି

ଥାଇ ବିଷ୍ଣୁଙ୍କର ଅଂଶ ।


ଚୌରାଅଶୀ ଲକ୍ଷ ଯୋନି ଭ୍ରମଣ ପରେ

ମାନବ ଜୀବନ ପ୍ରାପ୍ତି

ଏହି ଜୀବନକୁ ଆଲୋକିତ କର

ଅହଂକାର ପରିହରି ।


Rate this content
Log in

Similar oriya poem from Abstract