STORYMIRROR

Pratapkesari Sahu

Inspirational

3  

Pratapkesari Sahu

Inspirational

ବେଲଗଛ

ବେଲଗଛ

1 min
324

ଈଶ୍ୱରଙ୍କ ସୃଷ୍ଟି ବଡ ବିଚିତ୍ର ତ

ଭାବି ନ ହୁଅଇ ମନେ ।

ତେଣୁ କରି ତାଙ୍କ ଶରଣରେ ଯିବା

ତାଙ୍କର ସତ୍ତା ସନ୍ଧାନେ ।।୧।।


ଜଗତରେ ସାର ଗଛର ମଧ୍ୟରେ

ଅଟଇଟି ବେଲଗଛ ।

ବାରମାସେ ଦେଖ ଗଛର ଉପରେ

ରହିଥାଏ ସ୍ୱଚ୍ଛ ପତ୍ର ।।୨।।


ଶିବଲିଙ୍ଗେ ପଡି ଶୋଭା ପାଉଥାଏ

ଶିବାଳୟେ ସୋମବାର ।

ବେଳପତ୍ର ପାଇ ତୋଷ ହ୍ୱନ୍ତି ଶିବ

ସନ୍ତୋଷରେ ଦ୍ୟନ୍ତି ବର ।।୩।।


ଫଳ ପତ୍ର ଗୁଣ ଅଟଇ ମହାନ

ଚିହ୍ନନ୍ତି ବଇଦ ଗଣ ।

ପେଟ କଷ୍ଟ ରୋଗ ଝାଡା ଅମାଶୟ

ଔଷଧ ରୂପେ ନିଦାନ ।।୪।।


ବାତପିତ୍ତ ଅମ୍ଲ ବାୟୁରୋଗ ଠାରେ

ଅମୃତ ତୁଲ୍ୟ ଅଟଇ ।

ବିଭିନ୍ନ ସମୟେ ଦେବଦେବୀ ଶିରେ

ପୂଜା ଭକ୍ତିରେ ଲାଗଇ ।।୫।।


ସୁସ୍ୱାଦୁ ଫଳ ଖାଇଲେ ଲାଗେ ଭଲ

ପେଟ ଭରି ଯାଇଥାଏ ।

ଚେର ପୁଣି ବଡ କାର୍ଯ୍ୟରେ ଲାଗଇ

ତାନ୍ତ୍ରିକମାନଙ୍କ ପାଖେ ।।୬।।


ପରିଶେଷେ ଗଛ ଛାଇର ମହତ୍ତ୍ୱ

ବୁଝାଇ କହିବି କିସ ।

ଖରାମାସେ ଯେବେ ବାଟୋଇ ଆସୁଛି

ଛାଇରେ ନିଶ୍ଚେ ବସିବ ।।୭।।


ଜୀବଜଗତର ଯେତେ ପଶୁ ପକ୍ଷୀ

ଉପକାର ପାଇଥାନ୍ତି ।

ସ୍ରଷ୍ଟାଙ୍କର ସୃଷ୍ଟି ବଡ ଚମତ୍କାର

ଆତଯାତ ହେଉଁ ନିତି ।।୮।।



Rate this content
Log in

Similar oriya poem from Inspirational