ଆମ ପରିବେଶ ଆମ ହାତରେ
ଆମ ପରିବେଶ ଆମ ହାତରେ
ପ୍ରକାରାନ୍ତେ ପରିବେଶ ପ୍ରକୃତି ନିୟନ୍ତ
ବୁଝେନାହିଁ ଏ ମଣିଷ କରୁଛି ଆୟତ୍ତ।
କ୍ଷୟ ହେଉଛି ସଂସାର ବିଲୟ ଯେ ସ୍ଥିତି
ଲୟ ରଖିବାକୁ ନ୍ୟାୟ କରୁଛି ବିନତି।
ଉତ୍କଟ ଜଳ ସମସ୍ୟା ଭୂମିସ୍ତର ହ୍ରାସ
ଜଳ ବିହୁନେ ନିଶ୍ଚେ ଯେ ସୃଷ୍ଟି ଯିବ ନାଶ।
ମୁକ୍ତବାୟୁ ଚଳାଚଳ ନହେବ ମହୀରେ
ଶ୍ୱାସ କ୍ରିୟା ରେ ସମସ୍ୟା ଉପୁଜିବ ବାରେ।
ଆପଣା ହସ୍ତରେ ଯେବେ ଛେଦିବା ମସ୍ତକ
କି କରି ପାରିବା ସର୍ବେ ବୁଡ଼ିଯିବ ଭେକ।
ଜଳକା ପରି ଚାହିଁବା ଧ୍ବଂସ ଯିବ ଧରା......
ପରିବେଶ ସନ୍ତୁଳନ ହେବ କି ଅଧୁରା।
ଆସ ବନ୍ଧୁ ବୃକ୍ଷ ଟିଏ ପୋଷ୍ୟ କରିନେବା
ଭରଣ ପୋଷଣ ଭାର କନ୍ଧେ ବୁହାଇବା।
ବୃକ୍ଷ ହିଁ ଜୀବନ ବୋଲି କହୁଛେ ତ ଭାଇ
ବୃକ୍ଷ ପାଇଁ ସେବା ଦାନ ବିଚାର ଅଟଇ।
ଏକ ବିନ୍ଦୁ ଜଳ ଅଟେ ଜୀବନ ର ନ୍ୟାସ
ସଜାଡି ରଖିବା ସର୍ବେ ଆମ ପରିବେଶ।
ପୁତିମୟ ଆବର୍ଜନା ନରଖିବା ପାଶ
ପରିବେଶ ପ୍ରଦୂଷଣ ନରହୁ ଅବଶ୍ୟ।
ସଂସାର ବନ୍ଧନ ଜାଲେ ଆମେ ଦୁହେଁ ଦୁଇ
ଦୁଇଟି ସନ୍ତାନ କାମ୍ୟ ହୃଦେ ଅଛି ଯହିଁ।
ଦୁଇଟି ଜୀବନ ଦାନ ଦୁଇଟି ବୃକ୍ଷ ରେ
ପରିବେଶ ପ୍ରୀତି ଭାବ ଅବଶ୍ୟ ହୃଦରେ।
ଚତୁର୍ପାଶ୍ୱେ ସବୁଜ ବଳୟ ସୃଷ୍ଟି କରି
ପରିବେଶ ପରିମୟ ଜୀବନେ ଆଦରି।
ମାନବ ଶୃଙ୍ଖଳ ପରିବେଶ ବାର୍ତ୍ତା ନେଇ
ଆସ ବନ୍ଧୁ ଭେଟିଦେବା..... ଅମୃତ ମଣୋହି।
ଆମ ପରିବେଶ ବନ୍ଧୁ ଆମରି ହାତରେ
ବିଦୂଷ ଗୁଣୀକ ଜନ ବିଚାରିବେ ବାରେ ।
