STORYMIRROR

Jitendra Seth

Inspirational

4  

Jitendra Seth

Inspirational

ଗଛରଆତ୍ମକଥା

ଗଛରଆତ୍ମକଥା

2 mins
382

ଶୁଣ ଶୁଣ ସୁଧିଜନ ଦେଇ ମନ କର୍ଣ୍ଣ 

ଗଛର ଯେ ଆତ୍ମକଥା କରିବି ଗାୟନ

ଏ ଗାଥା ଶ୍ରବଣ କଲେ

ଲାଭବାନ ହେବ ଭଲେ 

ଗଛର ଗୁଣ କିର୍ତ୍ତୀ ଜାଣି ଯେ ପାରିବ

ତା' ବିଷୟେ ପଚାରିଲେ କହି ଟି ପାରିବ


ହେ ଶୁଣ ଶୁଣ ଶୁଣ ଶୁଣ ଦେଇ ମନ

ବୁଝାଇ ଦଉଛୁ ଆଜି ବୃକ୍ଷ ଗୁଣ ମାନ ।


କ୍ଷୁଦ୍ର ବୀଜରୁ ଯେ ମହାକାୟ ଦୃମ ଜାତ 

ସେଇ ଦୃମ ପାଇଁ ଆଜି ବଞ୍ଚିଛି ଜଗତ

ଅଙ୍ଗାରକାମ୍ଳକୁ ନେଇ

ଅମ୍ଳଜାନ ଥାଏ ଦେଇ 

ତାହାରି ପାଇଁ ଆମରି ଜୀବନ ଚାଲିଛି 

ସିଏ ଅଛି ବୋଲି ସିନା ଦୁନିଆ ରହିଛି



ହେ ଶୁଣ ଶୁଣ ଶୁଣ ଶୁଣ ଦେଇ ମନ

ବୁଝାଇ ଦଉଛୁ ଆଜି ବୃକ୍ଷ ଗୁଣ ମାନ ।



ପତ୍ର ପୁଷ୍ପ ଫଳ ସବୁ ଦେଇ ଥାଏ ଦାନ 

ସେଥିପାଇଁ ସିଏ ଅଟେ ଦେବତା ସମାନ 

ବୃକ୍ଷ ଦେବତା ନାମରେ 

ପୂଜା ପାଏ ଏ ସଂସାରେ 

ପ୍ରାଣୀଙ୍କର ଭଲ ମନ୍ଦ ସବୁଥିରେ ସାହା 

ବନ୍ଧୁ ପରି ବନ୍ଧୁ ସିଏ କରିବାକୁ ଆହା


ହେ ଶୁଣ ଶୁଣ ଶୁଣ ଶୁଣ ଦେଇ ମନ

ବୁଝାଇ ଦଉଛୁ ଆଜି ବୃକ୍ଷ ଗୁଣ ମାନ ।



ଦିନ ଥିଲା ଗଛ ମାନ ପାଉଥିଲେ ପୂଜା 

ସେଥିପାଇଁ ପରିବେଶ ଲାଗୁଥିଲା ମଜା 

ନାହିଁ ଆଉ ସେଇ ଦିନ 

ବଦଳି ଗଲାଣି ମନ 

ଗଛ ସବୁ କାଟି କୁଟି ପଦା କରି ଦ୍ୟନ୍ତି 

ପ୍ରତି ବଦଳରେ ଆଜି ଫଳ ଭୋଗୁଛନ୍ତି 


ହେ ଶୁଣ ଶୁଣ ଶୁଣ ଶୁଣ ଦେଇ ମନ

ବୁଝାଇ ଦଉଛୁ ଆଜି ବୃକ୍ଷ ଗୁଣ ମାନ ।



ଆଗପରି ପରିବେଶ ଲାଗୁନାହିଁ ଭଲ 

ଦିନୁ ଦିନକୁ ସମସ୍ୟା ବଢ଼େ ମାଳମାଳ 

ପରିବେଶ ପ୍ରଦୂଷଣ 

ବୃକ୍ଷ ଚ୍ଛେଦନ କାରଣ 

ଖରା ବର୍ଷା ଶୀତ ସବୁ ହେଲେ ଗୋଳମାଳ 

କାହା ଭିତରେ କାହାର ନାହିଁ ତାଳ ମେଳ 


ହେ ଶୁଣ ଶୁଣ ଶୁଣ ଶୁଣ ଦେଇ ମନ

ବୁଝାଇ ଦଉଛୁ ଆଜି ବୃକ୍ଷ ଗୁଣ ମାନ ।



ସବୁଜ ଗୃହ ପ୍ରଭାବ ବଢ଼ି ବଢ଼ି ଯାଏ 

ମଣିଷର ଆୟୁରେଖା କମି କମି ଯାଏ 

ଉତ୍ତାପର ବୃଦ୍ଧି ହେତୁ 

ଜଳ ପତ୍ତନର ସେତୁ 

ବଢ଼ି ବଢ଼ି ଯାଉଅଛି ସମୁଦ୍ରର ଜଳ 

ଯାହା ଦିନେ ଆମ ପାଇଁ ହୋଇଯିବ କାଳ 


ହେ ଶୁଣ ଶୁଣ ଶୁଣ ଶୁଣ ଦେଇ ମନ

ବୁଝାଇ ଦଉଛୁ ଆଜି ବୃକ୍ଷ ଗୁଣ ମାନ ।


ଭଲ ଶ୍ଵାସ ପାଇଁ ଲୋଡ଼ା ଶୁଦ୍ଧ ଅମ୍ଳଜାନ 

ଯାହା ପାଇଁ ମଣିଷର ବଞ୍ଚିଛି ଜୀବନ 

ବାୟୁମଣ୍ଡଳ ଦୂଷିତ 

ସେଇଠୁ ରୋଗର ଜାତ 

ଓଜନ ସ୍ତରରେ ରନ୍ଧ୍ର ହୁଏ ଏହା ଯୋଗୁଁ 

ସେଥିପାଇଁ ଚର୍ମ ରୋଗ ଦସା ଆମେ ଭୋଗୁ


ହେ ଶୁଣ ଶୁଣ ଶୁଣ ଶୁଣ ଦେଇ ମନ

ବୁଝାଇ ଦଉଛୁ ଆଜି ବୃକ୍ଷ ଗୁଣ ମାନ ।



ଏମିତି କେତେ ସମସ୍ୟା ମୁଣ୍ଡ ଟେକି ଠିଆ 

ଯାହା ପାଇଁ ନାହିଁ କେହି କରିବାକୁ ଆହା

ଆହୁରି ଅନେକ କଥା 

ଭାବିଲେ ଲାଗିବ ଚିନ୍ତା 

ବେଳ ଥାଉ ସୁଧିଜନେ ଗୋବିନ୍ଦ ସୁମର

ବୃକ୍ଷ ଦେବତା ଟି ସାହା ହୋଇବେ ଆମର 


ହେ ଶୁଣ ଶୁଣ ଶୁଣ ଶୁଣ ଦେଇ ମନ

ବୁଝାଇ ଦଉଛୁ ଆଜି ବୃକ୍ଷ ଗୁଣ ମାନ ।


ମିଳିମିଶି ଆସ ଆମେ ଏକାଠି ଯେ ହେବା

ଜଣକ ଗୋଟିଏ ଲେଖା ଗଛ ଲଗାଇବା 

ଏହା କଲେ ସୁଧିଜନ

ବଢ଼ିବ ଆମ ସମ୍ମାନ 

ସନ୍ତାନ ପାଳିଲା ପରି ଗଛକୁ ପାଳିବା 

ଏ ବିଷୟେ ଲୋକଙ୍କୁ ଯେ ସୁଜ୍ଞାନ ବାଣ୍ଟିବା 



ହେ ଶୁଣ ଶୁଣ ଶୁଣ ଶୁଣ ଦେଇ ମନ

ବୁଝାଇ ଦଉଛୁ ଆଜି ବୃକ୍ଷ ଗୁଣ ମାନ ।



ପାଞ୍ଚ ବରଷ ଏମିତି ଗଛ ଲଗାଇଲେ 

ସବୁଯାକ ସମସ୍ୟା ଯେ ତୁଟିଯିବ ଭଲେ 

ଜଣକ ଗୋଟିଏ ଗଛ 

ବାକି ସବୁ ଥାଉ ପଛ

ଏମିତିରେ ଜନସଂଖ୍ୟା ଯେତିକି ଅଛଇ

ସେହି ହିସାବରେ ଆମ ଗଛ ବୃଦ୍ଧି ହୋଇ 


ହେ ଶୁଣ ଶୁଣ ଶୁଣ ଶୁଣ ଦେଇ ମନ

ବୁଝାଇ ଦଉଛୁ ଆଜି ବୃକ୍ଷ ଗୁଣ ମାନ ।



ଏମିତି ପ୍ରକାରେ ଗଛ କହି ନିଜ ଗାଥା 

ଚେତେଇ ଦିଏ ଆମକୁ ଏହି ସବୁ କଥା 

ଆମରି ମଙ୍ଗଳ ପାଇଁ 

କେତେ କଥା ଚିନ୍ତୁଥାଇ

ତା' ପରି ବନ୍ଧୁ କୁହ କେଉଁଠି ପାଇବା 

ଆସ ତାର ସାଥେ ହାତ ମିଳେଇ ରହିବା 


ହେ ଶୁଣ ଶୁଣ ଶୁଣ ଶୁଣ ଦେଇ ମନ

ବୁଝାଇ ଦଉଛୁ ଆଜି ବୃକ୍ଷ ଗୁଣ ମାନ ।


ଗଛର ଆତ୍ମକଥା ଶୁଣିଲ ସଭାଜନେ

କେମନ୍ତ କରିବା ଏବେ ଭାବ ମନେ ମନେ 

ଆସ ଗଛ ଲଗାଇବା 

ଏତିକି ଶପଥ ନେବା 

ଆମ ଭଲ ପାଇଁ ଏହା କହିଲି ବିସ୍ତାରି

ଲେଖିଲା ଜିତେନ୍ଦ୍ର ସତ ମାଆଙ୍କୁ ସୁମରି


ହେ ଶୁଣ ଶୁଣ ଶୁଣ ଶୁଣ ଦେଇ ମନ

ବୁଝାଇ ଦଉଛୁ ଆଜି ବୃକ୍ଷ ଗୁଣ ମାନ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational