STORYMIRROR

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ବିଦ୍ୟାର ମହତ୍ତ୍ୱ

ବିଦ୍ୟାର ମହତ୍ତ୍ୱ

1 min
226

ଗୁରୁ କହୁଛନ୍ତି ଶିଷ୍ୟ ଶୁଣ ମୋବଚନ

 ଆଳସ୍ୟ ପରିହରି ବିଦ୍ୟା କର ତୁ ଅର୍ଜନ l


ଜ୍ଞାନ ସିନା ଅଟେ ଅମୂଲ୍ୟ ସମ୍ପତ୍ତି

ହ୍ରାସ ହୁଏ ନାହିଁ ଦାନେ ବଢୁଥାଏ ନିତି l


ନୀଚକୂଳେ ଯଦି ଥାଏ ଜ୍ଞାନୀ ଜନ

କିଛି ନବିଚାରି ଜ୍ଞାନ କରିବୁ ଗ୍ରହଣ l


ଦୁର୍ଜନ ହୋଇଲେ ଯେତେ ପଣ୍ଡିତ ଵିଦ୍ଵାନ

ମଣିରେ ଭୂଷିତ ସେଯେ ସର୍ପର ସମାନ l


ତାସଙ୍ଗେ ତୁମେ ଯେବେ ବଢ଼ାଇବ ଭାବ

ତୁମର ବିନାଶ ନିଶ୍ଚେ ନୁହେଁ ଅସମ୍ଭବ l


ସର୍ପ ବଶ ହୁଏ ମନ୍ତ୍ର ଗଦ ବଳେ

ଦୁର୍ଜନ ସ୍ଵଭାଵ କେବେ ନବଦଳେ ହେଳେ l


ବିଦ୍ୟାବୁଦ୍ଧି ଜ୍ଞାନ ବଳେ ତ୍ରୈଲୋକ ଜିଣିବୁ

ବିଦ୍ୟାବୁଦ୍ଧି ବିହୀନେ ଅଜ୍ଞାନ ଅନ୍ଧାରେ ଭ୍ରମିବୁ l


ଧନର ମହତ୍ୱ ବଢ଼େ ଗରିବଙ୍କ ଠାରେ

ଜ୍ଞାନର ମହତ୍ୱ ଥାଏ ସମଗ୍ର ସଂସାରେ l


ଅନନ୍ତ ଅଗାଧ ସମୁଦ୍ର ଅଟଇଯେ ଜ୍ଞାନ

ସେସିନ୍ଧୁ ଜଳେ ନିତ୍ୟେ କର ତୁ ସ୍ନାନ l


ସୁକୋମଳ ଶଯ୍ୟା ନୁହେଁ ତୁମର ଜୀବନ

ସଂଘର୍ଷେ ବିତିଲେ ଦିନ ଅନ୍ତେ ଲଭିବୁ ସମ୍ମାନ l



Rate this content
Log in

Similar oriya poem from Inspirational