STORYMIRROR

Kalpana Kumari Pradhan

Abstract Fantasy Children

4  

Kalpana Kumari Pradhan

Abstract Fantasy Children

ଫେରିଥିଲି ଦିନେ ଗାଁ କୁ

ଫେରିଥିଲି ଦିନେ ଗାଁ କୁ

1 min
26

ଫେରିଥିଲି ଦିନେ ଗାଁ କୁ 
ମୋ ପ୍ରିୟ ଜନମ ଭୂମି କୁ
ମନ ତଳେ ଉଠିଥିଲା ଚେଇଁ 
ଅଭୁଲା ସ୍ମୃତି ଲଭି ତା'
କୋମଳ ସ୍ପର୍ଶ କୁ...

କେଡେ ସୁନ୍ଦର ଯାହାର ଛବି
ନୟନ ଭିଜେ ଯା କଥା ଭାବି
ଶାନ୍ତ ସରଳ ଗାଁ ସକାଳ
ବିମୁଗ୍ଧେ ଚାହେଁ ପ୍ରତ୍ୟୁଷେ ବସି
ପାହାଡ଼ କୋଣୁ ଉଠଇ ରବି....

ଚଳଚଞ୍ଚଳ ମୋ ଗାଁ ଦାଣ୍ଡ
କିଂଚିତ ଭକତ ହୋଇଣ ରୁଣ୍ଡ
ଖୋଳ ଗିନି ତାଳେ ନାମ ଭଜି
ଗ୍ରାମ ସୀମନ୍ତିନି ନିତ୍ୟ କର୍ମ ସାରି
ଚଉଁରା ମୂଳରେ ନୁଆନ୍ତି ମୁଣ୍ଡ....

 କର୍ମତତ୍ପର ସମସ୍ତ ନର ନାରୀ
ଭାଇଚାରା ଭାବ ଅନ୍ତରେ ଭରି
 ଯାନୀ ଯାତ ସୁନ୍ଦର ସଂସ୍କୃତି
ନାଚି ନାଚି ଗାଏ ଗିରି ବନ 
ଲତା, ସରଗ ସୁଷମା ପଡେ ଝରି...

କ୍ଷେତ ରେ ହସେ ସୁନା ଫସଲ
ଚଷା ଭାଇ ଗୀତ ଅମୂଲ ମୂଲ
ସାଙ୍ଗ ସାଥୀ ମେଳେ ଧୂଳି ଖେଳ
ଖଳା ତୋଟା ମାଳେ ଗହଳ
ଗାଁ ପରିବେଶେ ଖେଳାଏ ଚହଳ....

ଫେରିଛି ଆଜି ପୁଣି ଗାଁ କୁ
ଝୁରି ହୁଏ ସେ ସୁନା ଝରା ଦିନକୁ
କଂକ୍ରିଟ ରାସ୍ତା ଯାଇଛି ଲମ୍ବି
ନାହିଁ ଭାଇଚାରା ଅତୁଟ ଛବି
ସ୍ୱାର୍ଥନ୍ଧ ମଣିଷ ଭୁଲିଛି ମାନବିକତା କୁ....

ରୂପ ରେ ସେ ଅପରୂପା ହୋଇଛି
ହୃଦୟ ତା ଶୂନ୍ୟ କରି ଗଢିଛି
ତଥାପି ବୁଝେନା ଅବୁଝା ମନ
ଜନ୍ମମାଟିର ଆକ୍ରଷଣ ରୁ କିଏ ବର୍ତ୍ତିଛି
ସେ ଆଜିବି ମଧୁରତା ଲୋଡୁଛି....



      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract