STORYMIRROR

Kalpana Kumari Pradhan

Inspirational

4  

Kalpana Kumari Pradhan

Inspirational

ତୁମକୁ ଖୋଜେ

ତୁମକୁ ଖୋଜେ

1 min
34


ତୁମକୁ ଖୋଜେ
 ପ୍ରତ୍ୟୁଷ ଶିଶିର ସ୍ନିଗ୍ଧ ଧରାରେ
ବାଳୁତ ସୂରୁଜ ର ସୁନେଲି କିରଣରେ
ବିହଙ୍ଗ ଗଣଙ୍କ ମଧୁର କାକଳି ରେ
ଉପବନେ ପ୍ରସ୍ଫୁଟିତ କୁସୁମ,
ସେଥିରେ ଭରା ସୁବାସ ରେ...
ତୁମକୁ ଖୋଜେ
ମନ୍ଦିରେ ନିନାଦିତ ଘଣ୍ଟ ବାଦ୍ୟ ନାଦରେ
ମଙ୍ଗଳ ଆଳତୀ, କୀର୍ତ୍ତନ ରେ
ଦୀପ ର ଆଲୁଏ, ଧୂପର ମହକ ରେ 
ଭକତ ଭିଡ଼ ଆଉ ଭକ୍ତି ଭାବନା 
ପୁଣି ସଙ୍ଗୀତ ର ମୂର୍ଚ୍ଛନା ରେ....
ତୁମକୁ ଖୋଜେ 
ଜୀବନ ର ଦୈନନ୍ଦିନ ଚଞ୍ଚଳତାରେ 
ଜଞ୍ଜାଳ ର ଅଡୁଆ ଖିଅ ରେ 
ମଧ୍ୟାହ୍ନ ର ଧୁ ଧୁ ଖରାରେ 
କ୍ଷୁଧା, ତୃଷ୍ଣା ଆତୁର ଶରୀର 
ଅନ୍ନ ବ୍ୟଞ୍ଜନ ର ପ୍ରତି କଣିକାରେ....
ତୁମକୁ ଖୋଜେ 
କ୍ଲାନ୍ତ ଅପରାହ୍ନ ର ଗୋଧୂଳି ସଞ୍ଜରେ 
ପଶ୍ଚିମ ଆକାଶେ ଅସ୍ତମିତ ରବିରେ 
ଗ୍ରାମ ସୀମନ୍ତିନୀ ଙ୍କ ସଞ୍ଜବତୀରେ 
ଦିନ ଶ୍ରମ ଅନ୍ତେ ଘର ବାହୁଡା଼ ଆନନ୍ଦ,
ରଜନୀ ରାଣୀର ଧରାଅବତରଣ କ୍ଷଣରେ..
ତୁମକୁ ଖୋଜେ
ଅନନ୍ତ ଗଗନ ବୁକେ ତାରା ଜହ୍ନ ଗହଣରେ
ନିଶବ୍ଦ ରାତ୍ରି ସେହି ନିରବତାରେ
ପୂର୍ଣ୍ଣିମା ର ଜ୍ୟୋସ୍ନା ବିଧୌତ ଧରଣୀରେ
ଅମାବାସ୍ୟା ଶର୍ବରୀର ବହଳ ଅନ୍ଧାର
ପୁଣି କେବେ ଭାବନା କଳ୍ପନା ରେ...
ତୁମକୁ ଖୋଜେ, ଖୋଜୁଥିବି ନୀର ଭିଜା ନୟନରେ..... l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational