STORYMIRROR

Binodini Dash

Inspirational

4  

Binodini Dash

Inspirational

ବୃନ୍ଦାବତୀ

ବୃନ୍ଦାବତୀ

1 min
6


ପରମ ପବିତ୍ର ତୁହି ବୃନ୍ଦାବତୀ

ଧନ୍ୟ ତୋ' ଜନମ ଜୀବନ

ନାରାୟଣ ତୋତେ ବସାଇ ମଥାରେ

ଦିଅନ୍ତି ପ୍ରେମ ଆଲିଙ୍ଗନ

ବୃକ୍ଷ ରୂପରେ

ଧରାରେ ତୋ' ଶୋଭା ସମ୍ଭାର

ପୂଜିଥାନ୍ତି ଜନେ ସଭକ୍ତିରେ ମନେ

ସ୍ଥାପିଣ ଚଉଁରା ଉପର ।


ହିନ୍ଦୁ ଅଗଣାରେ ପାଦପ ତନୁରେ

ହୃଦୟେ ଭରୁ ପବିତ୍ରତା

ସଞ୍ଜ ସକାଳରେ ତୋର ପାଦତଳେ

ଗୃହାଙ୍ଗନା ନୁଆଇଁ ମଥା

ଗୃହ ମଙ୍ଗଳ

ମନାସଇ ତା' ଅନ୍ତର୍ଗତ

କାର୍ତ୍ତିକ ମାସରେ ରାଇ ଦାମୋର

ହୁଅନ୍ତି ତୋ' ମୂଳେ ପୂଜିତ ।


ତୋ' ପତର ରସ ଥଣ୍ଡା, କଫ, କାଶ

ରୋଗ ଉପଶମ ଅଶେଷ

ଅତି ଆଦରରେ କେତେ ଯତନରେ

ରୋପଣେ ବଢ଼ାଏ ମଣିଷ

ତୋ' ଉପକାର

ଜୀବନେ ଭୁଲି ନ ପାରଇ

ନିର୍ମଳ ପବିତ୍ର ପରିବେଶ ସୁସ୍ଥ

ବାତାବରଣରେ ରହଇ ।


କାଳନେମୀ କନ୍ୟା ଜଳନ୍ଧର ପତ୍ନୀ 

ବୃନ୍ଦାରୁ ତୁଳସୀ ପାଦପ

ପୁଣି ରାଧା ସଖୀ ତୁଳସୀରୁ ହେଲୁ

କାଳାନ୍ତରେ ତୁଳସୀ ବୃକ୍ଷ 

ପୁରାଣ ଗାଥା

ବର୍ଣ୍ଣିଛନ୍ତି ଯେ ବ୍ୟାସଦେବ

ସତୀ ବୃନ୍ଦାବତୀ ନାମରେ ପ୍ରଖ୍ୟାତି

ଅମଳିନ ଅଛି ଏ ଭବ ।

 




Rate this content
Log in

Similar oriya poem from Inspirational