ସର୍ବମଙ୍ଗଳା ସ୍ତୁତି
ସର୍ବମଙ୍ଗଳା ସ୍ତୁତି
ନମସ୍ତେ ମଙ୍ଗଳମୟୀ ମା' ସର୍ଵ ମଙ୍ଗଳା l
ଉଦ୍ଧରିଧରୁ ମାଆଲୋ ବୁଡ଼ିବାର ଭେଳା ll
ସର୍ଵ ପାତକ ହାରିଣୀ ମଙ୍ଗଳ କାରେଣୀ l
ନମସ୍ତେ ନମସ୍ତେ ମାଆ ଶଙ୍କର ଘରଣୀ ll
ସଙ୍କଟା ବିକଟା ମାଆ ଗୋଉରୀ ଅମ୍ବିକା l
ସଙ୍କଟକାଳରେ ମାଆ ସାହା ତୁହି ଏକା ll
ନମସ୍ତେ ନମସ୍ତେ ମାତ ମାଆ ଦୟାମୟୀ l
ତୋତେ ସୁମରିଲେ ସର୍ବ ବିପତ୍ତି ପଳାଇ ll
ନମସ୍ତେ ନମସ୍ତେ ମାତା ନମସ୍ତେ ଚଣ୍ଡିକା l
ଦୟାରୁ ଚଳଇ ମାତ ସଂସାର ନୋଉକା ll
ନମସ୍ତେ ନମସ୍ତେ ମାତେ ଅତି ଦୟାବତୀ l
ପର୍ବତନନ୍ଦିନୀ ମାଆ ନାମ ତୋ ପାର୍ବତୀ ll
ନମସ୍ତେ ମା' ବିଘ୍ନସେନୀ ବିଘ୍ନ ବିନାଶିନୀ l
ଦୂବ କରୁ ମେରୁ ମାଆ ମୂର୍ଖ କରୁ ଜ୍ଞାନୀ ll
ନମସ୍ତେ ନମସ୍ତେ ମାଆ ନମଃ ଜୟଚଣ୍ଡୀ l
ଭକ୍ତରେ ପ୍ରସନ୍ନ ହେଲୁ, ଅଭକ୍ତେ ଦରାଣ୍ଡି ll
ଦୁସ୍ତର ସଙ୍କଟୁ, ମାଗୋ ପ୍ରାଣୀଙ୍କୁ ତୁ ତାରୁ l
ପାରିକର ମାଆ ମୋତେ ଭବ ସାଗରରୁ ll
ସଙ୍କଟେ ସୁମରି ମାତ ତୋତେ ପ୍ରଭୁ ରାମ l
ଦଶାନନେ ମାରି ପ୍ରଭୁ ହେଲେ ସିଦ୍ଧକାମ ll
କୁରୁକ୍ଷେତ୍ରେ ସୁମରିଲେ ପାର୍ଥ ମହାବୀରେ l
ଗାଣ୍ଡିବୀ ମାରିଲେ ଶତ୍ରୁ ଗାଣ୍ଡିବଟଙ୍କାରେ ll
ମହିମା ତୋହର ମୁଖେ କେ ବର୍ଣ୍ଣିବ ମାଆ l
ଶରଣ ପୟରେ ମାଆ ହୋଇ ଥିବୁ ସାହା ll
