ଆସ ଆସ ଭାଇ ଲଗାଇବା ବୃକ୍ଷ
ଆସ ଆସ ଭାଇ ଲଗାଇବା ବୃକ୍ଷ
ବୃକ୍ଷ ଅଟେ ଭାଇ ଜୀବର ଜୀବନ l
ବୃକ୍ଷ ଅଟେ ଆମ ପ୍ରାଣର ସ୍ପନ୍ଧନ ll
ବୃକ୍ଷ ପାଇଁ ଜାଣ ଚରାଚର ମହୀ l
ସୁଜଳା ସୁଫଳା ହରିତ ଦିଶଇ ll
ବୃକ୍ଷ ଅଟେ ପଥେ ପଥିକ ଆଶ୍ରୟ l
ବୃକ୍ଷରେ ବାନ୍ଧନ୍ତି ବସା ପକ୍ଷୀଚୟ ll
ଅରଣ୍ୟରେ ବାସ ସ୍ୱାପଦ ସଙ୍କୁଳ l
ଅରଣ୍ୟ ଆମର ସମ୍ପଦ ଅମୁଲ୍ୟ ll
ବ୍ରହ୍ମା ବିଷ୍ଣୁ ଶିବ ପୁରାଣେ ପଢ଼ିଛ l
ଜନମିଲେ ବଟ ଅଶ୍ୱତ୍ଥ ପଳାଶ ll
ବୃକ୍ଷଟି ଅଟଇ ସାକ୍ଷାତ ଦେବତା l
ବୃକ୍ଷ କାଟି ଆଉ ନହୁଅ ହିନସ୍ଥା ll
ବୃକ୍ଷ ଶୋଷିନିଏ ବାୟୁ ପ୍ରଦୂଷଣ l
ବୃକ୍ଷରୁ ଔଷଧି ମିଳେ ଅମ୍ଳଜାନ ll
ଜାଣି ଶୁଣି ଆମେ ବୃକ୍ଷ କାଟୁଅଛୁ l
ନିଜ ପାଦେ ସିନା କୁଠାର ମାରୁଛୁ ll
ଗୋଚର ଗୋଦଣ୍ଡା ଦିଶୁଅଛି ରୁକ୍ଷ l
ପ୍ରଳୟ ହୋଇବ ପଡ଼ିବ ଦୁର୍ଭିକ୍ଷ ll
ଦୁଃସହ ହେଲାଣି ଜୀବଙ୍କ ଜୀବନ l
ବିଶ୍ୱେ ବଢ଼ିଅଛି ଘୋର ପ୍ରଦୂଷଣ ll
ବୃକ୍ଷ ବିନା କିବା ଜୀବନ ରହିବ l
ଜୀବଶୂନ୍ୟ ହୋଇ ପୃଥ୍ବୀ ପଡ଼ିଥିବ ll
ବେଳଥାଉଁ ସର୍ବେ ହୁଅ ସାବଧାନ l
ଫଳ ନଖାଇଲେ ଖାଇବେ ସନ୍ତାନ ll
ଉତ୍ତାପ ସନ୍ତାପ ଦେଖୁଛ ପ୍ରତ୍ୟକ୍ଷ l
ଆସ ଆସ ଭାଇ ଲଗାଇବା ବୃକ୍ଷ ll
ଆସୁଅଛି ଘୋର ବରଷାର କାଳ l
ବୃକ୍ଷେ ଭରିଦିଅ ବିଲ ତୋଟାମାଳ ll
ଗୋଚର ଭୁଚର ଯେତକ ପଡ଼ିଆ l
ଲଗା ଆମ୍ବ ଜାମୁ ପଣସ ନଡ଼ିଆ ll
ପରମ ପୁରୁଷ ଲଭିବେ ସନ୍ତୋଷ l
ବିଶ୍ଵ କାରିଗର ପ୍ରଭୁ ଜଗଦୀଶ ll
