STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆସିଲା ଆସିଲା ବରଷା କାଳ 

ଆସିଲା ଆସିଲା ବରଷା କାଳ 

1 min
8

ଆସିଲା ଆସିଲା ବରଷା କାଳ 

     ==============

ଆସିଲା ଆସିଲା ବରଷା କାଳ।

     ଅମ୍ବରେ ଘୋଟିଲା ଜଳଦ ମାଳ।।

ତୁଳାପଟ ଯଥା ବଉଦ ଦେଖି।

      ଡେଣା ଝାଡ଼ି ଝାଡ଼ି ଉଡ଼ନ୍ତି କଙ୍କି।।

ଡିବି ଡିବି ବାଜେ ମେଘ ଡମ୍ବରୁ ।

       ଦୂରଗିରି ଶୋଭା ଅତି ସୁଚାରୁ।।

ମେଘ ଦେହେ ଚମକଇ ଦାମିନୀ ।

      ଘନ ମନ୍ଦ୍ରସ୍ଵନେ କମ୍ପେ ଅବନୀ।।

ନୀଳ ନବଘନ ମେଘ ଦେଖିକି।

      ମୟୁରେ ନାଚନ୍ତି ପୁଚ୍ଛ ଟେକିକି।।

ବୁଦା ମୂଳେ ଡାକୁଅଛି ବେଙ୍ଗୁଲି।

     ଆସ ବେଙ୍ଗରଜା ରଙ୍ଗ ରଙ୍ଗଲି।।

କେଏଁ କଟ କଟ ବାଜଇ ବାଜା।

   ଢାଳି ଦେଇଯାଆ ତୁ ମେଘରାଜା।।

ଆଦ୍ୟ ମେଘ ପାଇ କଅଁଳି ପତ୍ର।

      ପାଦପେ ଦିଶିଲେ ସବୁ ହରିତ।।

ନବ ଦୂର୍ବାଦଳେ ମହୀ ଆଚ୍ଛାଦି।

      କେମନ୍ତ ଦିଶଇ ଦେଖ ସମୁଦୀ।।

ନୂଆ ମେଘ ଜଳେ ତଡ଼ାଗ ପୁରି।

   ଗୋଳିଆ ଦିଶନ୍ତି ଚୁଆ ପୋଖରୀ।।

କୋଇଲି ମହୁଲି ଗାଇଲେ କୁହୁ।

      ବରଷା ଆସିଲା ଗ୍ରୀଷମ ଯାଉ।।

ଗ୍ରୀଷମ ଶେଷରେ ଆସିଲା ରଜ।

    ପିଠାପଣା ଦୋଳି ଆହା ମଉଜ।।

ରଜ ଶେଷେ ଝରି ଧାରା ବରଷା।

   ରଥ ଯାତରାକୁ ଯିବି ମୋ ଆଶା।।

ଶୁଣ ଶୁଣ ଆରେ ଶୁଣରେ ଭାଇ।

    ଆଷାଢ଼ ଶ୍ରାବଣ ମେଘରେ ଦୁଇ।।

ବେଗ ବେଗ କରି, ଲଗାଇ ଗଛ।

    ପରିବେଶ ଆମେ, ରଖିବା ସ୍ବଚ୍ଛ।।

ଫୁଟିଲେ କଦମ୍ବ, ଚମ୍ପା, କେତକୀ।

     ମେଘ ଆଗମନୀ ଥାଉ ଏତିକି ।।

               🙏🙏🙏

                   ଅର୍ଜୁନୀ 

               -----------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational