STORYMIRROR

Arjuni charan Behera

Inspirational Others Children

4  

Arjuni charan Behera

Inspirational Others Children

ନିଦାଘ ଶେଷେ ବରଷା ଆସେ 

ନିଦାଘ ଶେଷେ ବରଷା ଆସେ 

1 min
0

ନିଦାଘ ଶେଷେ ବରଷା ଆସେ 

     ===========

ନିଦାଘ ଶେଷେ ଆଷାଢ଼ ମାସେ 

     ବରଷା କାଳ ଆସେ।

ଖଣ୍ଡକୁ ଖଣ୍ଡ କଳା ବୋଉଦ 

    ନୀଳଗଗନେ ଭାସେ।।

କଳା ବୋଉଦ ଉଠାଣି ଖାଇ 

       ଦାମିନି ଚମକଇ।

ଘୋର ଶବଦ ଅଶନୀ ନାଦ

      କମ୍ପାଇଦିଏ ମହୀ।।

ଶୋଭଇ କେବେ ସୂରୁଜ ମୁଖେ 

        ସୁନ୍ଦର ଇନ୍ଦ୍ରଧନୁ।

ସାତ ରଙ୍ଗରେ ବର୍ଣାଳୀ ତାର 

     ନଯାଏ କେବେ ମନୁ।।

ଦୂରେ ଶଇଳେ ଦିଶନ୍ତେ ନୀଳେ 

     ମୟୂର ନାଚେ ଦେଖି।

ଚାହାଣୀ ତା'ର କି ମନୋହର 

     ଆମ ଜାତୀୟ ପକ୍ଷୀ।।

କଦମ୍ବ ବନେ କଦମ୍ବ ଫୁଟେ 

     ଫୁଟନ୍ତି କେତେ ଛତୁ।

ପଙ୍କଜ ମଲା ବିଚିତ୍ର ହେଲା 

    ବରଷାକାଳ ହେତୁ ।।

ବରଷା ଜଳ ପାଇ ଶୀତଳ 

       ହୁଅଇ ବସୁନ୍ଧରା।

ବରଷା ପାଇ ଆଉ ତ ନାହିଁ

    ନିଦାଘ ଟାଣ ଖରା।।

ସବୁଜ ଘାସେ ସୁନ୍ଦର ଦିଶେ 

    ହରିତ ମହୀ ଶୋଭା।

ସାଧବ ବୋହୁ କୁଆଡ଼େ ଯାଉ 

    ଆହାକି ମନଲୋଭା।।

ଛତୁଏ ଫୁଟି ଛତ୍ର ପରାୟେ 

     ମଣ୍ଡଣି କଲେ ମହୀ ।

ଜଳ ନିକଟେ ଭେକ କୁମ୍ଭାଟେ 

       ଡାକନ୍ତି ରହି ରହି।।

ଜହ୍ନି, କାକୁଡ଼ି, ଲାଉ, କଖାରୁ 

      ପିଢ଼ାରେ ଯାନ୍ତି ମାଡ଼ି।

ବକ ମାଳିକା ଦଳ ଦଳକା 

     ସୁଖରେ ଯାନ୍ତି ଉଡ଼ି।।

ବରଷା ବାରି ଯାଆନ୍ତି ପୁରି 

    ତଡ଼ାଗ ନଦୀ ନାଳେ।

ବରଷା ହୋଇ କଦବା ମହୀ 

      ଭାସଇ ପୁଣି ଜଳେ।।

ରଜର ଶେଷେ ବରଷା ଆସି 

    ଓଜାଡ଼ି ଦେଲା ପାଣି।

ହଳିଆ ଭାଇ ଯୋଚିଲା ହଳ 

     ଯୋଡ଼ି ବଳଦ ଆଣି।।

ବରଷା କଥା କହିବି କେତେ 

      ଅଟେ ଉଦ୍ଭିଦ ମିତ୍ର।

ଶସ୍ୟ ସମ୍ପଦେ ପୂରିଲା ମଞ୍ଚ 

    ଆନନ୍ଦେ ଗାଅ ଗୀତ।।

ବରଷା କାଳେ ବଡ ଦାଣ୍ଡରେ 

      ଗଡ଼ିଲା ନନ୍ଦିଘୋଷ।

  ଖୁଦୁରୁକୁଣୀ ମାଆଙ୍କ ପୂଜା

    ଶ୍ରାବଣେ ମେଘ ଶେଷ।।

          🙏🙏🙏

             ଅର୍ଜୁନୀ

     -------------

ଅର୍ଜୁନୀ ଚରଣ ବେହେରା

ମୋ -7693091971


Rate this content
Log in

Similar oriya poem from Inspirational