STORYMIRROR

Arjuni charan Behera

Others Children

4  

Arjuni charan Behera

Others Children

ମାଙ୍କଡ଼ଙ୍କ ଟୋପି ଚୋରି

ମାଙ୍କଡ଼ଙ୍କ ଟୋପି ଚୋରି

1 min
3

ଶିଶୁ କବିତା 

  ମାଙ୍କଡ଼ଙ୍କ ଟୋପି ଚୋରି 

    ===========

ଏକ ଗ୍ରାମେ ରହୁ ଥିଲା ଏକ 

         ଟୋପି ବାଲା l 

ଟୋପି ବିକି ସିଏ ତା' କୁଟୁମ୍ବ 

         ପୋଷୁ ଥିଲା ll 

ଟୋପି ନେବ! ଝୁଡ଼ି ଧରି ବୁଲି

           ଗ୍ରାମ ପଲ୍ଲୀ l 

ଡାକୁ ଥିଲା କାନ୍ଧରେ ପକାଇ 

         ଗୋଟେ ଝୁଲି ll 

ପିଲାମାନେ ଆସି ତାଠୁ ଟୋପି 

            କିଣି ନେଇ l

କୋଉଡ଼ି  ଦିଅନ୍ତି   ବୁଢ଼ା ଯାଏ 

         ଖୁସି ହୋଇ ll 

ଏକ  ଦିନେ  ବୁଢାଟି  ଦାରୁଣ 

         ଗ୍ରୀଷ୍ମ କାଳେ l 

ଥକ୍କା ହୋଇ  ବସି ଥିଲା ଏକ 

         ଗଛ ମୂଳେ ll 

ଝଙ୍କା  ବରଗଛ  ସୁଶୀତଳ 

          ତାର ଛାଇ l 

ମାଙ୍କଡ଼ ପଲ ଟେ ଥିଲେ ସେ 

       ଗଛରେ ରହି ll 

ବୁଢ଼ା ଶୋଇ ଅଛି ଗଛ ମୂଳେ 

         ମୁଣ୍ଡେ ଟୋପି l 

ମାଙ୍କଡ଼େ ଆସିଲେ ତହୁଁ ଜଣେ 

          ଜଣେ ଛପି ll 

ବୁଢ଼ାର ଝୁଡ଼ିରୁ  ଟୋପି ଗୋଟି 

         ଗୋଟି ନେଇ l 

ବସିଲେ ଗଛରେ ଯାଇ ଟୋପି 

         ମୁଣ୍ଡେ ଦେଇ ll 

ନିଦ୍ରା  ଭାଙ୍ଗି ଗଲା  ବୁଢ଼ା ଉଠି 

          ଚାହିଁ ଦେଖେ l 

ଝୁଡ଼ି ତାର ପୂରା ଖାଲି ଟୋପି 

         ନାହିଁ ଏକେ ll 

ଗଛ  ଉପରେ  ଶୁଭିଲା ଯେଣୁ 

           କୋଳାହଳ l 

ଚାହିଁ ଦେଖେ  ହନୁଙ୍କ ମୁଣ୍ଡରେ 

          ଟୋପି ମାଳ ll 

ମଥା ଘୁରି  ଗଲା  ଏବେ  ବୁଦ୍ଧି 

             କି କରିବ l 

ହନୁଙ୍କ ଠାରୁ  ସେ  ଟୋପି ତା'

        ଫେରି ପାଇବ ll 

ଏମନ୍ତ ବିଚାରୁ  ଗୋଟେ ବୁଦ୍ଧି 

            ଜୁଟି ଗଲା l 

ନିଜ ଟୋପି କାଢ଼ି ଟୋପିବାଲା 

          ଫିଙ୍ଗି ଦେଲା ll 

ଅନୁକରଣ ପ୍ରୀୟ ସେ ବାନର 

            ରେ ଭାଇ l 

ଟୋପି  କାଢ଼ି  ଦେଲେ  ସବୁ 

       ତଳକୁ ପକାଇ ll 

ଗୋଟାଇ ଟୋପିବାଲା ତା ଭରି 

          ନେଲା ଝୁଡ଼ି l 

    ମୁଣ୍ଡାଇ ଆନନ୍ଦେ ଗଲା 

        ଘରକୁ ବାହୁଡ଼ି ll 

  କଥାଟିର ନିଷ୍କର୍ଷ ରହିଲା  

         ଆରେ ପିଲେ l 

 ଉପାୟ ଦିଶଇ ନିଶ୍ଚେ ଟିକେ 

          ବୁଦ୍ଧି ଥିଲେ ll 

          🙏🙏🙏

             ଅର୍ଜୁନୀ 

       -----------

ଅର୍ଜୁନୀ ଚରଣ ବେହେରା 

ମୋ - 7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍