ଆସିଗଲା ଗଣେଶ ପୂଜା
ଆସିଗଲା ଗଣେଶ ପୂଜା
ଆସି ଗଲା ଗଣେଶ ପୂଜା
============
ବଜା ବଜା ବଜା ବାଇଦ ବଜା l
ଆସିଗଲା ଭାଇ ଗଣେଶ ପୂଜା ll
ଏକ ଦନ୍ତ ପ୍ରଭୁ ଗୌରୀ ନନ୍ଦନ l
ପିତା ଭୋଳାନାଥ ବିଶ୍ୱ ବନ୍ଦନ ll
ଅଗ୍ରପୂଜ୍ୟ, ପ୍ରଭୋ ସିଦ୍ଧି ଦାୟକ l
ସର୍ବ ସିଦ୍ଧି ଦାତା ସେ ବିନାୟକ ll
ବାହନ ତାଙ୍କର କ୍ଷୁଦ୍ର ମୂଷିକ l
ଲମ୍ବ ଉଦରରେ ବିଦ୍ୟା ଅନେକ ll
ସର୍ବ କାର୍ଯ୍ୟାରମ୍ଭେ ତାଙ୍କରି ପୂଜା l
ବିଘ୍ନ ହର୍ତ୍ତା ପ୍ରଭୁ ସେ ବିଘ୍ନ ରାଜା ll
ପାଶାଙ୍କୁଶ ହସ୍ତ, ଲଲାଟେ ଚିତା l
ସ୍କନ୍ଧେ ନାଗ ଉତ୍ତରୀୟ ପଇତା ll
ଦୀର୍ଘ କାନ ତାଙ୍କ ଛୋଟ ନୟନ l
ଲମ୍ବୋଦର ପ୍ରଭୋ ଗଜ ବଦନ ll
ବିଦ୍ୟା ଦାତା ପ୍ରଭୁ ବିଦ୍ୟା ବାରିଧି l
ସର୍ବ ଶାସ୍ତ୍ର ଜ୍ଞାନୀ କରୁଣା ନିଧି ll
ବିଦ୍ୟା ଆରମ୍ଭରେ ପୂଜା ତାଙ୍କରି l
ବିଦ୍ୟାର୍ଥୀ ବାଞ୍ଛନ୍ତି ଆଶିଷ ବାରି ll
ଭାଦ୍ର ମାସେ, ଶୁକ୍ଳ ପକ୍ଷ ଚତୁର୍ଥୀ l
ପଡ଼େ ଶ୍ରୀ ଗଣେଶ ଜନମ ତିଥି ll
କାୟମନ ବାକ୍ୟେ ତାଙ୍କୁ ପୂଜିବା l
ଆଶିଷ ତାଙ୍କର ଶିରେ ଘେନିବା ll
ଅବିଦ୍ୟା ନାଶନ୍ତି ଜ୍ଞାନ ପ୍ରକାଶେ l
ଶୁଭ୍ରତନୁ ତାଙ୍କ କିଶୋଭା ଦିଶେ ll
ତାଙ୍କ ଦୟା ହେଲେ ଆଜନ୍ମ ମୂର୍ଖ l
ପଣ୍ଡିତ ବୋଲାଏ ବାଚାଳ ମୂକ ll
ମୋଦକ,ଲଡୁରେ ଶ୍ରଦ୍ଧା ତାଙ୍କର l
ନଡ଼ିଆ କଦଳୀ ଭୋଗ ତାଙ୍କର ll
ଆସ ଆସ ଭାଇ ପୂଜିବା ଆସ l
ଜୟ ଗଜାନନ ବିଦ୍ୟା ବାଗୀଶ ll
ଧୂପ ନଇବେଦ୍ୟ ଅଞ୍ଜଳୀ ଦେଇ l
ଆରାଧିବା ତାଙ୍କୁ ବନ୍ଦନା ଗାଇ ll
ନମୋସିଦ୍ଧିଦାତା ନମଃ ଗଣେଶ l
ବିଦ୍ୟାର୍ଥୀ ମାନଙ୍କୁ ଦିଅ ଆଶିଷ ll
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
