ବିଲୁଆ ନନାର ଦୁଃଖ
ବିଲୁଆ ନନାର ଦୁଃଖ
ବିଲୁଆ ନନାର ଦୁଃଖ
=============
ବିଲୁଆ ନନାରେ ବିଲୁଆ ନନା l
କୁଆଡ଼େ ଯାଉଛୁ ପଛକୁ ଅନା ll
ବାହାରିଲୁ କି ତୁ କଙ୍କଡ଼ା ଖାଇ l
ଭଲ ଶିକାର କି ମିଳିଲା ନାହିଁ ll
ଲାଞ୍ଜପୁରାଇ ତୁ କଙ୍କଡ଼ା ବିଳେ l
ମାଡ଼ୁଆ-କଙ୍କଡ଼ା ଧରିବୁମାଳେ ll
ତୁହି ରେ ଆମର ପୁରୁଣା ଘଡ଼ି l
ପ୍ରହରେ ପ୍ରହରେ ଛାଡୁତୁ ରଡ଼ି ll
ଅଭ୍ରାନ୍ତ ତୋହର ସମୟ ଜ୍ଞାନ l
ତୁଲରେ ମଣିଷହୋଇବ ସାନ ll
ହୁକେ ହୋ ହୋ କିଆବୁଦାରେ l
ତାଳଦେଉ ବନ୍ଧୁ କୁଟୁମ୍ବ ସ୍ଵରେ ll
କୁଆଡ଼େ ଯାଉଛୁ ତୁହି ଦୋଉଡ଼ି l
କିଆ ବଣ ଘର ଗଲାଣି ପୋଡ଼ି ll
ମନୁଷ୍ୟ ଜାତି ଟା ଭାରି ନୃଶଂସ l
କରିଦେବତୋର ବଉଁଶ ଶେଷ ll
ଉପକାର ତୋର ହେଜିଲା ନାହିଁ l
ପଚାସଢ଼ା ମଡା ଦେଉ ତୁ ଖାଇ ll
ମାଂସ ଖାଇକରି ଚୋବାଉ ହାଡ଼ l
ମୁନିଆଁଦାନ୍ତ ତୋ ଶକତ ଗୋଡ଼ ll
ଯତନେ ରଖୁ ରେ ପର୍ଯ୍ୟାବରଣ l
ତୋ' ଲାଗି ମିଳଇ ଶୁଦ୍ଧ ପବନ ll
ଏ କଥା ମନୁଷ୍ୟ ନବୁଝେ ଟିକେ l
ମାରିକରି ତୋର ଚମଡ଼ା ବିକେ ll
କି କହିବି ତୋର ଦୁଃଖ କାହଣୀ l
ଆସିଯାଏ ମୋର ନେତ୍ରରୁ ପାଣି ll
ଆଆରେ ବିଲୁଆ ଆଆ ତୁ ଆଆ l
କୁକୁଡ଼ାଟେ ନେଇ ଘରକୁ ଯାଆ ll
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
