STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପ୍ରଣବହେ ଆମ୍ଭ ପ୍ରଣତିଘେନ 

ପ୍ରଣବହେ ଆମ୍ଭ ପ୍ରଣତିଘେନ 

1 min
1

ପ୍ରଣବହେ ଆମ୍ଭ ପ୍ରଣତିଘେନ 

    =============

ଧନ୍ୟ ଧନ୍ୟ ତୁମେ ପ୍ରଣବ ଧନ୍ୟ l 

ପ୍ରଣବ ହେ ଆମ୍ଭ ପ୍ରଣତି ଘେନ ll 

ସଙ୍ଗୀତ  ବାଦଶା  ସିଦ୍ଧ ସାଧକ l 

ଧୂରୀଣ  ଗାୟକ ସ୍ଵର  ନାୟକ ll 

ଗାମ୍ଭୀର୍ଯ୍ୟ ମାଧୁର୍ଯ୍ୟ ମନ୍ଦ୍ରଗାୟନ l 

କ୍ଷଣିକେ  କିଣିଲା  ସବୁରି ମନ ll 

ଉତ୍କଳ ସଙ୍ଗୀତ  ଆକାଶେ ରବି l 

ଉଜ୍ଜ୍ୱଳ ଜ୍ୟୋତିଷ୍କ ବିଶାଳ ଛବି ll 

ପ୍ରଣବ  ହେ ତୁମ୍ଭ  ପ୍ରଣବ  ଧ୍ୱନୀ l 

ଆଉ  କିମ୍ପା ଆଜ ଆଉ ଶୁଭୁନି ll 

ଧନ୍ୟ ହେ ଗନ୍ଧର୍ବ ଶିଳ୍ପୀ ମହାନ l

ଫେଡ଼ିବ ନାହିଁ କି ଚିନ୍ତା ନୟନ ll 

ନିଶବ୍ଦରେ ଧାଇଁ ଜୀବନ ସ୍ରୋତ l 

କରାଳ ସିନ୍ଧୁରେ ହେଲାକି ଲିପ୍ତ ll 

ଗଭୀରନିଦ୍ରାରେ ଯାଇଛ ଶୋଇ l 

ଗୀତ ଗାଇ କାନ୍ଦି,ହସି, ହସାଇ ll 

ପ୍ରଣବ  କିଶୋର  ପଟ୍ଟ-ନାୟକ l 

ତୁମେ ସଙ୍ଗୀତଜ୍ଞ  ପଟ୍ଟ ଗାୟକ ll 

ଶାସ୍ତ୍ରୀୟ ସଙ୍ଗୀତ ଗାନ୍ଧାର କଳା l 

ଗାନ୍ଧାରକଳାରେ ତୁମେ ଚପଳା ll 

ଅମ୍ଳାନ ପ୍ରତିଭା  ଗୀତ ରାଇଜେ l 

ବାଦଶାହା ଅଟ ସୁରସାମ୍ରାଜ୍ୟେ ll 

ପୁଣ୍ୟଧାମେ ନିଶ୍ଚେ ଯାଇଛ ଚାଲି l 

ଝୁରୁ ଥିବେ ସଦାକାଳେ ଉତ୍କଳୀ ll 

ଉତ୍କଳର ତୁମେ ଯୋଗ୍ୟ ସନ୍ତାନ l 

ପ୍ରଣବ ହେ ଆମ୍ଭ  ପ୍ରଣତି ଘେନ ll

ପ୍ରଣବ ହେ ଆମ୍ଭ  ପ୍ରଣତି ଘେନ ll 

           🙏🙏🙏

               ଅର୍ଜୁନୀ 

          -----------

ଅର୍ଜୁନୀ ଚରଣ ବେହେରା 

ମୋ - 7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational