ପ୍ରଣବହେ ଆମ୍ଭ ପ୍ରଣତିଘେନ
ପ୍ରଣବହେ ଆମ୍ଭ ପ୍ରଣତିଘେନ
ପ୍ରଣବହେ ଆମ୍ଭ ପ୍ରଣତିଘେନ
=============
ଧନ୍ୟ ଧନ୍ୟ ତୁମେ ପ୍ରଣବ ଧନ୍ୟ l
ପ୍ରଣବ ହେ ଆମ୍ଭ ପ୍ରଣତି ଘେନ ll
ସଙ୍ଗୀତ ବାଦଶା ସିଦ୍ଧ ସାଧକ l
ଧୂରୀଣ ଗାୟକ ସ୍ଵର ନାୟକ ll
ଗାମ୍ଭୀର୍ଯ୍ୟ ମାଧୁର୍ଯ୍ୟ ମନ୍ଦ୍ରଗାୟନ l
କ୍ଷଣିକେ କିଣିଲା ସବୁରି ମନ ll
ଉତ୍କଳ ସଙ୍ଗୀତ ଆକାଶେ ରବି l
ଉଜ୍ଜ୍ୱଳ ଜ୍ୟୋତିଷ୍କ ବିଶାଳ ଛବି ll
ପ୍ରଣବ ହେ ତୁମ୍ଭ ପ୍ରଣବ ଧ୍ୱନୀ l
ଆଉ କିମ୍ପା ଆଜ ଆଉ ଶୁଭୁନି ll
ଧନ୍ୟ ହେ ଗନ୍ଧର୍ବ ଶିଳ୍ପୀ ମହାନ l
ଫେଡ଼ିବ ନାହିଁ କି ଚିନ୍ତା ନୟନ ll
ନିଶବ୍ଦରେ ଧାଇଁ ଜୀବନ ସ୍ରୋତ l
କରାଳ ସିନ୍ଧୁରେ ହେଲାକି ଲିପ୍ତ ll
ଗଭୀରନିଦ୍ରାରେ ଯାଇଛ ଶୋଇ l
ଗୀତ ଗାଇ କାନ୍ଦି,ହସି, ହସାଇ ll
ପ୍ରଣବ କିଶୋର ପଟ୍ଟ-ନାୟକ l
ତୁମେ ସଙ୍ଗୀତଜ୍ଞ ପଟ୍ଟ ଗାୟକ ll
ଶାସ୍ତ୍ରୀୟ ସଙ୍ଗୀତ ଗାନ୍ଧାର କଳା l
ଗାନ୍ଧାରକଳାରେ ତୁମେ ଚପଳା ll
ଅମ୍ଳାନ ପ୍ରତିଭା ଗୀତ ରାଇଜେ l
ବାଦଶାହା ଅଟ ସୁରସାମ୍ରାଜ୍ୟେ ll
ପୁଣ୍ୟଧାମେ ନିଶ୍ଚେ ଯାଇଛ ଚାଲି l
ଝୁରୁ ଥିବେ ସଦାକାଳେ ଉତ୍କଳୀ ll
ଉତ୍କଳର ତୁମେ ଯୋଗ୍ୟ ସନ୍ତାନ l
ପ୍ରଣବ ହେ ଆମ୍ଭ ପ୍ରଣତି ଘେନ ll
ପ୍ରଣବ ହେ ଆମ୍ଭ ପ୍ରଣତି ଘେନ ll
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
