STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କବି କାଳିନ୍ଦୀ ଚରଣ ପାଣିଗ୍ରାହୀ

କବି କାଳିନ୍ଦୀ ଚରଣ ପାଣିଗ୍ରାହୀ

1 min
7

କବି କାଳିନ୍ଦୀ ଚରଣ ପାଣିଗ୍ରାହୀ
      ==============
ଧନ୍ୟ ତୁମେ କବି କାଳିନ୍ଦୀ ଚରଣ। ଉତ୍କଳମାଟିର ସୁଯୋଗ୍ୟ ସନ୍ତାନ।।
କବି ଅଗ୍ରେ ଗଣ୍ୟ ସବୁଜ ଯୁଗର।
ଦେଇ ଯାଇଅଛ ସାହିତ୍ୟସମ୍ଭାର।। ଗଳ୍ପ,ଉପନ୍ୟାସ, କବିତା, ନାଟକ।
ତୁମେ ଅଟ କବି ସାହିତ୍ୟନାୟକ।। କାଳଜୟୀ ତୁମେ ସାହିତ୍ୟ ବିଦୁଷ।
କାଳ ଜୟୀ ତୁମ ମାଟିର ମଣିଷ।।
ପଢ଼ି ଥିଲି ତୁମ୍ଭ ମୃଦ୍ଧନ୍ୟ କବିତା।
ଗାନ୍ଧାରୀର ମାତୃଆଶୀର୍ବାଦ କଥା।। ଜନନୀର ପଦେ ନତ କରି ଶିର।
ଆଶିଷ ମାଗଇ ମାନୀ କୁରୁବୀର।।
ଗାନ୍ଧାରୀ ଯାଚନ୍ତି ଆରେ ପୁତ୍ର ନିଅ।
ଜନନୀ ଦିଅନ୍ତି ଯାଚି ବରାଭୟ।।
ଯାଅ ଯାଅ ପୁତ୍ର ଯାଅ ରଣକ୍ଷେତ୍ରେ।
ଅକ୍ଷୟ ରହିବ ପୂଣ୍ୟ ଏ ଜଗତେ।।
ଧର୍ମର ନିଶ୍ଚୟେ ହୋଇବରେ ଜୟ।
ଏହି ଆଶିଷ ମୋ ପୁତ୍ର ନେଇଯାଅ।। ଭୁଲିହୁଅଇ କି ସେ କବିତାର ଭାଷା। କେଇପଦ ରହିଅଛି ମୁଖେ ଘୋଷା।।
ଘୋଷା ଅଛି ତୁମ ମାଂସର ବିଳାପ।
ମାଟିର ମଣିଷ କାଳ ଜୟୀ ଗଳ୍ପ।।
ମନେ ପଡ଼ ଆଜ ଭାରି ଜନ୍ମ ଦିନେ।
ବାଣୀ ପୁତ୍ର ତୁମେ ଉତ୍କଳ ଭୁବନେ।।
କବି ବାଗ୍ମୀ ତୁମେ, କୃତି ନାଟ୍ୟକାର।
ଘେନ ମୋର ପ୍ରୀତିଭରା ନମସ୍କାର ।।
             🙏🙏🙏
                ଅର୍ଜୁନୀ
             -------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational