STORYMIRROR

Arjuni charan Behera

Others Children

4  

Arjuni charan Behera

Others Children

ଆସିଛି ମୁଁ ବେଲୁନ ବାଲା (ଶିଶୁ କବିତା)

ଆସିଛି ମୁଁ ବେଲୁନ ବାଲା (ଶିଶୁ କବିତା)

1 min
2

ଶିଶୁ କବିତା 

ଆସିଛି ମୁଁ ବେଲୁନ ବାଲା 

    ===========

ଆସରେ ପିଲେ ଆସିଛି ମୁହିଁ 

    ତୁମ ବେଲୁନ ବାଲା l 

ଭଳି ଭଳିକା  ରଙ୍ଗ  ରଙ୍ଗିଆ 

      ମୁହିଁ ରହିମତ୍ତୁଲ୍ଲା ll 

କାନ୍ଦାହାର ମୋ ଜନମ ଭୁଇଁ 

     କାବୁଲ ନଦୀ କୂଳେ l 

ଗାନ୍ଧାରୀଙ୍କର  ଗାନ୍ଧାର ଦେଶ 

    ତୁମ ପୁରାଣ ବୋଲେ ll 

ସେଇଠି ଥିଲା ବିଦ୍ୟା ନଗରୀ 

       ପୁରୁଣା ତକ୍ଷଶୀଳା l

ଭରତ  ପୁତ୍ର,   ତକ୍ଷ  ଯାହାକୁ 

     ତ୍ରେତାରେ ଥାପିଥିଲା ll 

ବେଲୁନ ସଙ୍ଗେ  ଆଣିଛି ପିଲେ 

       ବଢ଼ିଆ ଚକୋଲେଟ୍ l 

ଜାତି  ଜାତିକା  ଖେଳନା ଦେଖ 

      ସାଥିରେ ଯାଦୁପ୍ଲେଟ ll 

ବେଲୁନ ନେବ   ପବନ ଦେବ 

      ଗଗନେ ଦେବ ଛାଡ଼ି l

ନୀଳ ଆକାଶେ  ବେଲୁନ ଯିବ 

       ଅନେକ ଦୂର ଉଡ଼ି ll 

ମେଘ ଦେଶରେ   ପହଞ୍ଚି ଯାଇ 

       ଆଣିବ ଏକ ପରି l

ମେଘ ରାଇଜ   ରାଜ କୁମାରୀ 

     ସୁନ୍ଦରୀ ଅଟେ ଭାରି ll 

ଦଶ  ପଇସା   ବେଲୁନ ଗୋଟି 

     ପବନେ ଅଟେ ରାଜା l 

ନୀଳ ଆକାଶେ   ଉଡ଼ାଇ ଦେବ 

     ଦେଖିବ କେଡ଼େ ମଜା ll 

ଗୋଲାପୀ  ନାଲି  ନେଳିଆ ଧଳା 

       ଢ଼ାଉଆ ବାଇଗଣୀ l 

ରଙ୍ଗ ବେରଙ୍ଗ   ବେଲୁନ ନେବ 

       ମନ ଖୁସିରେ କିଣି ll 

ଆସରେ ପିଲେ  ବେଲୁନ ନେବ 

       କଥାଟି ହେବ ଅଚ୍ଛା l 

କୋଉଡ଼ି ଦେବ   ଘରକୁ ଯିବ 

        ତୁମ ରହିମ ଚାଚା ll 

            🙏🙏🙏

                ଅର୍ଜୁନୀ 

           -----------

ଅର୍ଜୁନୀ ଚରଣ ବେହେରା 

ମୋ - 7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍