STORYMIRROR

Arjuni charan Behera

Inspirational Others Children

4  

Arjuni charan Behera

Inspirational Others Children

ଶିଶୁ କବିତା ଦଶହରା ଛୁଟି

ଶିଶୁ କବିତା ଦଶହରା ଛୁଟି

1 min
1

ଶିଶୁ କବିତା 

         ଦଶହରା ଛୁଟି 

      ==========

ଆସରେ ପିଲେ ଆସରେ ଆସ 

    ଦଶରା ଛୁଟି ହେଲା l 

ସମସ୍ତେ ମିଶି କରିବା ଗୋଟେ 

    ସୁନ୍ଦର ଶିଶୁ ମେଳା ll 

ଆମରିଦେଶେ ତ୍ରେତୟା ଯୁଗେ 

     ପ୍ରଭୁ ଶ୍ରୀରାମ ଚନ୍ଦ୍ର l 

ଲଙ୍କାକୁ ଯିବେ  ସାଗର ବକ୍ଷେ 

     ବାନ୍ଧିଲେ ସେତୁବନ୍ଦ ll 

ଗୁଣ୍ଡୁଚି ମୂଷା   ଛୋଟିଆ ଜୀବ  

     ବାଲି ଝାଡ଼ିଲା ଯାଇ l 

ପ୍ରଭୁ ଆଉଁସା   ପାଞ୍ଚୋଟି ଗାର 

     ପିଠିରେ ଅଛି ରହି ll 

ଏହି ଛୁଟିରେ   ଆସରେ ପିଲେ 

      କରିବା କିଛି କାମ l 

ଲୋକ ହିତରେ    ଗୁଣ୍ଡୁଚି ପରା 

     ରଖିବା ଆମ ନାମ ll 

କୋଡ଼ି କୋଦାଳ  ଖଣତି ଧର 

      ଆଣିବା କାଟି ମାଟି l 

ଗାଁଆଁ ସଡ଼କେ   ଖାଲ ଖମାକୁ 

   ଦେବାରେ ସବୁ ପୋତି ll 

ଚଲାଇ ଦେଇ   ମାଟିକୁ ଆମେ 

       କରିବା ସମତୁଲ l 

ସଭିଏଁ ଦେଖି  ତାଟକା ହେବେ 

     କହିବେ ସବୁ ଭଲ ll 

ପଥର ଧାରେ   ଲଗାଇ ଦେବା 

     ଆଣି ଗଛର ଚାରା l 

ବୃକ୍ଷ ଛାୟାରେ  ବସିବେ ପାନ୍ଥ 

   ହେଲେ ଟାଣୁଆ ଖରା ll 

ଜାଣ ତ ପିଲେ   ଆମ ଆଦର୍ଶ 

       ଆମରି ମଧୁ ବାବୁ l

ଏପରି କାମ  କଲେରେ ନିଶ୍ଚେ 

     ବଡ଼ ହୋଇବ ସବୁ ll 

ଦଶରା ଛୁଟି  ଦେବାରେ କାଟି 

      ଭୁଲିବା ନାହିଁ ପାଠ l 

କହେ ମୁଁ ଅଜା  ମାରରେ ମଜା 

      ହୁଅରେ ବଡ଼ ଚାଟ ll 

ଦଶରା ପରେ   ପସରା ମେଲି 

      ଆସିବ ଧାଇଁ ଶୀତ l 

ଦୁଃଖ ହାରିଣୀ    ବିଶ୍ୱ ଜନନୀ 

     ମାଆଙ୍କ ଗାଅ ଗୀତ ll 

            🙏🙏🙏

               ଅର୍ଜୁନୀ 

           -----------

ଅର୍ଜୁନୀ ଚରଣ ବେହେରା 

ମୋ - 7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational