STORYMIRROR

Panchanan Jena

Inspirational

4  

Panchanan Jena

Inspirational

ପ୍ରଶ୍ନବାଚି

ପ୍ରଶ୍ନବାଚି

1 min
332

ମନରେ ସ୍ଵତଃ ପ୍ରଶ୍ନ ଉଠେ

କେଉଁଟା ଭଲ

ବାଜି ଜିତିବା ନା ବାଜି ହାରିଯିବା 

ବାଜି ଜିତୁ ଜିତୁ ହାରି ଯିବା ନା

ବାଜି ହାରୁ ହାରୁ ଜିତିଯିବା ।


ପୁଣି ମନରେ ସ୍ଵତଃ ଉଠେ 

ତର୍କର ସମୀକରଣ 

ପଶ୍ଚବାଚିର ଭଦ୍ ଗୀରଣ

ସୂକ୍ଷ୍ମାତୀସୂକ୍ଷ୍ମ ଆଲୋଚନା- ପର୍ଯ୍ୟାଲୋଚନା

ଚାଲେ ଚୂପ୍ ଚାପ୍ ଅନ୍ତଃକରଣରେ

କୂଳ କିନାରା ମିଳେନା

ସବୁ ଗୋଳମାଳିଆ ଲାଗେ ଯେସନ ।


ହାରିଲେ ଗୋଟିଏ ଦଳ ହାରିବ

ଜିତିଲେ ଗୋଟିଏ ଦଳ ଜିତିବ

ଆଉ ବାଜି ଜିତୁ ଜିତୁ ହାରି ଗଲେ

ବା ହାରୁ ହାରୁ ଜିତି ଗଲେ 

ବହେ କରତାଳି ମିଳିବ

ହୃଦୟ ଜିତିବ

ଖେଳ ଜିତିବ

ଦେଖଣାହାରୀ ଫୁଲ ପଇସା ଅସୁଲ ।


ଆଉ ଯଦି ବାଜି ଟାଇ ରେ ସମାପ୍ତ

ଉଭୟଙ୍କୁ ଯୁଗ୍ମ ବିଜେତା ପରିସମାପ୍ତ

କେହି ହାରିଲେନି

କେହି ଜିତିଲେନି

ହାରିବାର ଅପମାନ ପରାସ୍ତ

ଜିତିବାର ଅହଙ୍କାର ପରାସ୍ତ


ଅଥଚ଼ ଖେଳ ଜିତି ଗଲା 

ଜିତା-ଜିତା ଜଗତଜିତାର

ଦସ୍ତକ ଦେଇଗଲା


ସମସ୍ତେ ଖୁସି ଖୁସି 

ଦୁଇ ଦଳ ହସି ହସି

କାନ୍ଧରେ କାନ୍ଧ ମିଶି

ହାତରେ ହାତ ମିଳେଇ

ଆନନ୍ଦରେ କୁଣ୍ଢେଇ 

ସେହି ମନ୍ତ୍ର କାନମୂଳରେ 

ଫୁସ୍ ଫୁସ ଶୁଭୁଥ୍ଵବ

ଛାତିର ସ୍ପନ୍ଦନ ନିହାତି କହୁଥିବ


ଜିତୁ ଜିତୁ ଅଧାରେ

ହାରୁ ହାରୁ ଅଧାରେ

ଦୁଇ ଦଳ ସମାନ ବ୍ୟବଧାନରେ 

ପୁଣି ଦେଖା ହେବ ଆଗାମୀ ଅଧ୍ୟାୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational