ବିନାଶ୍ରୟେ ନ ବର୍ତ୍ତନ୍ତି କବିତା
ବିନାଶ୍ରୟେ ନ ବର୍ତ୍ତନ୍ତି କବିତା
ମନର ଭାବକୁ ରୂପ ଦେବାପାଇଁ
କବିତା ହୁଅଇ ଲେଖା
ଗୋଟିଗୋଟି ଶବ୍ଦ ସୂତାରେ ଗୁନ୍ଥିଣ
ଛନ୍ଦ ରେ ଦିଅଇ ଦେଖା l
ବିନା ଆଶ୍ରୟ ରେ ଗୁଞ୍ଜରଣ ନୁହେଁ
କବିତା ବନିତା ଲତା
ଆଶ୍ରୟ ମାଧ୍ୟ୍ୟମ ଆବଶ୍ୟକ ହୁଏ
ଲେଖିବା ପାଇଁ କବିତା l
କବିର ମନକୁ ପଦଟିଏ ଯଦି
ଆସିଯାଇଥାଏ ଥରେ
ପଦରେ ପଦକୁ ଛନ୍ଦି ଛନ୍ଦି ସିଏ
କବିତା ରଚନା କରେ l
ପ୍ରଥମ ପଦ ଟି ପ୍ରିୟା ପ୍ରିୟ କିବା
ହେଉ ଇଶ୍ୱର ଙ୍କ ସୃଷ୍ଟି
କଳ୍ପନା ର ଚିତ୍ର ପଟେ ଉଙ୍କିମାରେ
ଲେଖା ହୁଏ ତ ଝଟତି l
ଯଦି ସେ କବିତା କାହାର ମନକୁ
କରିଥାଏ ଉଦବେଳିତ
ସଫଳ ହୁଅଇ କବିର ଲେଖନୀ
କବି ହୁଏ ଆନନ୍ଦିତ l
କବିତା
ତ ଏକ ସ୍ତ୍ରୀଲିଙ୍ଗ ଅଟଇ
ପ୍ରେମେ କେବେ ମତୁଆଲା
କେତେବେଳେ ପୁଣି କଲମ ମୁନକୁ
ଖଣ୍ଡା ବର୍ଚ୍ଚା ରୂପ ଦେଲା l
ଲେଖନୀ ମୁନ ତ ଚାଲିଗଲେ ଥରେ
କବିତାଟି ରୂପ ନିଏ
ଆବଶ୍ୟକ ନାହିଁ ଖଣ୍ଡା ତଳୁଆର
ସଭିଙ୍କୁ ମାରି ଶୁଆଏ l
କେବେ ପୁଣି ଅମୃତ ର ଧାରା ବର୍ଷି
ଉଜୀବିତ କରେ ସର୍ବେ
ତା ଭାବ କୁ ପାଇ କବିର କବିତା
ଛନ୍ଦମୟ ହୁଏ ଗର୍ବେ ।
ସରସ୍ବତୀ ଆସି କଣ୍ଠରେ ବସିଣ
ଶବ୍ଦ ପୁଞ୍ଜ ଯୋଡି ଦ୍ୟନ୍ତି
ତାକୁ ମାଳା କରି ଗୁନ୍ଥି ଚାଲେ କବି
କେହି ନଜାଣେ ତା ପ୍ରୀତି l
କବିତା ଦିବସ ଏକୋଇସି ମାର୍ଚ୍ଚ
ବିଶ୍ୱରେ ପାଳନ ହୁଏ
ସବୁ କବି ବସି କବିତା ଲେଖନ୍ତି
ବାଣୀ ଠାକୁରାଣୀ ମୋହେ l